ଇଡି ସମ୍ମୁଖରେ ହାଜର ହେବାକୁ ମନାକଲେ ରିୟା

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ କରୁଛନ୍ତି ସିବିଆଇ(କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ) ଏବଂ ଇଡି(ପ୍ରବର୍ତ୍ତନ ନିର୍ଦେଶାଳୟ)। ଏହି ମାମଲାରେ ଇଡି ସୁଶାନ୍ତଙ୍କ ବାନ୍ଧବୀ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଶୁକ୍ରବାର ହାଜର ହେବାକୁ ସମନ ଜାରି କରିଥିଲା। ତେବେ ଇଡି ସମ୍ମୁଖରେ ହାଜର ହେବାକୁ ରିୟା ମନା କରିଦେଇଛନ୍ତି। ଏ ନେଇ ସେ ଇଡିକୁ ଏକ ମେଲ୍‌ କରି ଜଣାଇଛନ୍ତି ଯେ, ଯେପର୍ଯ୍ୟନ୍ତ ସୁପ୍ରିମକୋର୍ଟଙ୍କ ଶୁଣାଣି ଶେଷ ନ ହୋଇଛି, ସେ ପର୍ଯ୍ୟନ୍ତ ତାଙ୍କ ବୟାନ ରେକର୍ଡ କରା ନ ଯାଉ। ତେବେ ରିୟାଙ୍କ ଏହି ଆବେଦନକୁ ଇଡି ଖାରଜ କରିଦେଇଛି। ଆଜି ଅର୍ଥାତ ଅଗଷ୍ଟ ୭ରେ ରିୟାଙ୍କୁ ଇଡି ନିକଟରେ ହାଜର ହେବାକୁ କୁହାଯାଇଛି। ସୂଚନାଯୋଗ୍ୟ, ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତ ମୁମ୍ବଇ ପୁଲିସ କରୁଥିଲାବେଳେ ଇଡି ନିଜ ଆଡୁ ଏହାର ଆର୍ଥିକ ଦିଗ ଉପରେ ନଦନ୍ତ ଆରମ୍ଭ କରିଦେଇଥିଲା। ଇଡିକୁ ସନ୍ଦେହ ହୋଇଥିଲା ଯେ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ରିୟା ତାଙ୍କ ଭାଇଙ୍କ ଜରିଆରେ ଟଙ୍କା ଉଠାଇଥିଲେ। ମୁମ୍ବଇର ଖାର୍‌ ସ୍ଥିତ ରିୟାଙ୍କ ଫ୍ଲାଟ୍‌ ଉପରେ ମଧ୍ୟ ଇଡି ସନ୍ଦେହବ୍ୟକ୍ତ କରିଛି। ତେଣୁ ଆର୍ଥିକ ଦିଗ ଉପରେ ଇଡି ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.

10 + eight =