ଯୋଡ଼ା ସହରରେ ଚାଲିଥିବା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ନାହିଁ ନାହିଁ ରେ ଚାଲିଛି

ଯୋଡା : କେନ୍ଦୁଝର ଜିଲ୍ଲାର ସର୍ବାଧିକ ରାଜସ୍ବ ପ୍ରଦାନକାରୀ ଯୋଡା ବ୍ଲକ,ସର୍ବାଧିକ ଜିଲ୍ଲା ଖଣିଜ ପାଣ୍ଠିକୁ ଅଧିକ ଅର୍ଥ ପ୍ରଦାନକାରୀ ଯୋଡା ଏବେ ବି ଅବହେଳିତ ହୋଇ ରହିଛି । ଯୋଡା ସହରରେ ଥିବା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ଟି ନାହିଁ ନାହିଁ ରେ ଚାଲିଛି । ସ୍ଥାନୀୟ ଯୋଡା ବ୍ଲକର ବହୁ ଗ୍ରାମବାସୀ ଖବର ଦାତାଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଚିକିତ୍ସାଳୟ ଟି ଦୀର୍ଘ ଦିନ ଧରି ପଡ଼ି ରହିଛି । ସ୍ଥାନୀୟ ଜଲହରୀ,ଯୁରୁଡ଼ି,ଜଜାଙ୍ଗ,ଭୂୟାଁ ରୋଇଡା,ବିରିକଳା, ଦେଓଝର,ବଡ କାଳୀ ମାଟି,ପ୍ରଭୃତି ଗ୍ରାମ ଗୁଡ଼ିକର ଅଧିବାସୀମାନେ ସେମାନଙ୍କ ଗୃହ ପାଳିତ ପଶୁ ପକ୍ଷୀଙ୍କ ଚିକିତ୍ସା ଉପଯୁକ୍ତ ଭାବେ ପାଇ ପାରୁ ନାହାଁନ୍ତି । କାରଣ ଚିକିତ୍ସାଳୟରେ ଡାକ୍ତର ଥିଲେ ମଧ୍ୟ ପଶୁ ଧନ ନିରୀକ୍ଷକ,କର୍ମଚାରୀ ଅଭାବ ଅଛନ୍ତି । ସେହିପରି ଚିକିତ୍ସାଳୟକୁ ଯିବା ପାଇଁ ପ୍ରବେଶ ପଥରେ ମଣିଷ ଯାଇ ପାରୁନାହାନ୍ତି, ସେଠାକୁ ଗୃହପାଳିତ ପଶୁ କିପରି ଯିବେ ବୋଲି କହିଛନ୍ତି । ଚିକିତ୍ସାଳୟରେ ଜଳ ସଂଯୋଗ ନାହିଁ । କର୍ମଚାରୀଙ୍କ ରହିବ। ପାଇଁ କ୍ୱ।ଟର ନାହିଁ । ଗୃହପାଳିତ ପଶୁଙ୍କ ଅସ୍ତ୍ରୋପଚାର ପାଇଁ ଅପରେସନ ଥିଏଟର ନାହିଁ । ଚିକିତ୍ସାଳୟରେ ଏହି ସବୁ ଅବହେଳା ସମ୍ପର୍କରେ ପ୍ରାଣୀ ଚିକିତ୍ସକ ଡାକ୍ତର ଜୀବନ କୁମାର ମୁଣ୍ଡା ଙ୍କୁ ପଚାରିବାରୁ ସେ କହିଥିଲେ ଯେ,ପ୍ରାଣୀ ଚିକିତ୍ସାଳୟକୁ ଅ।ପ୍ରୋଚ୍ ରୋଡ ପାଇଁ ବାରମ୍ବାର ରାସ୍ତା ନିର୍ମାଣ କାରୀ ଠିକା ସଂସ୍ଥାକୁ କହିବା ପରେ ମଧ୍ୟ ଏଯାବତ୍ ସୁଧାର ଆସି ନାହିଁ । ଡାକ୍ତରଖାନ।କୁ ଜଳ ସଂଜୋଗିକରଣ ହୋଇ ନାହିଁ । ପାଇପ ଓ ଟାଙ୍କି ଥାଇ ମଧ୍ୟ ଏହା ନଷ୍ଟ ହେବାକୁ ବସିଲାଣି । ମୁଣ୍ଡା କହିଛନ୍ତି ଯେ,ସେ ମାତ୍ର ଏକ ସପ୍ତାହ ହେଲା କାର୍ଯରେ ଯୋଗ ଦେଇଛନ୍ତି । ପାଣି ଏବଂ ଷ୍ଟାଫ୍ କ୍ୱାଟର ନ ଥିବାରୁ ଡାକ୍ତରଖାନ। ଥିବା କର୍ମଚାରୀମାନେ ଦୂର ରୁ ଏଠାକୁ ଆସୁଛନ୍ତି । ବର୍ତ୍ତମାନ ପ୍ରାଣୀ ଚିକିତ୍ସକ ଭାବେ ଦୁଇ ଜଣ ଅଛନ୍ତି । ପଶୁ ଧନ ନିରୀକ୍ଷକ ୯ ଜଣ ରହିବ। ସ୍ଥଳେ ମାତ୍ର ୪ଜଣ ଅଛନ୍ତି । ଚତୁର୍ଥ ଶ୍ରେଣୀ କର୍ମଚାରୀ ୪ଜଣ ଆବଶ୍ୟକ ଥିବା ବେଳେ ମାତ୍ର ଦୁଇ ଜଣ ରହିଛନ୍ତି । ଡାକ୍ତର ଜଗୁଆଳି ନାହାନ୍ତି । ତେବେ ନିଃଶୁଳ୍କ ପ୍ରାଣୀ ଆମ୍ବୁଲାନ୍ସ ଗାଡ଼ି ୧୯୬୨କୁ ଫୋନ କଲେ ପ୍ରାଣୀ ଚିକିତ୍ସା ସେବା ଯୋଗାଇ ଦିଆ ଯାଉଛି । ଅପହଞ୍ଚ ସ୍ଥାନକୁ ମଧ୍ୟ ମାସକୁ ୨୦ଦିନ ପ୍ରାଣୀ ଆମ୍ବୁଲାନ୍ସ ଯାଇ ଚିକିତ୍ସା ସେବା ଯୋଗ।ଉଛି । ଗୃହପାଳିତ ପଶୁ ମାନଙ୍କୁ ହେଉଥିବା ଫାଟୁଆ ରୋଗ ନିରାକରଣ ପାଇଁ ଔଷଧ ଏବଂ ଚିକିତ୍ସା ସେବା ଯୋଗାଇ ଦିଆ ଯାଉଛି । ତେବେ ଅପରେସନ ଥିଏଟର ,ଡାକ୍ତରଖାନ।କୁ ଜଳ ସଂଯୋଗ ନ ଥିବା , ଆପ୍ରୋଚ ରୋଡ ନ ଥିବା କଥାକୁ ସେ ସ୍ୱୀକାର କରିଥିଲେ । ଏପରିକି ଆବଶ୍ୟକତା ମୁତାବକ ଚେୟାର,ଟେବୁଲ୍,ମଧ୍ୟ ନ ଥିବା ଦେଖିବାକୁ ମିଳିଥିଲା । ସୂଚନା ଯୋଗ୍ୟ ଯେ,ଯୋଡା ବ୍ଲକରେ ବଡ ଗୃହ ପାଳିତ ପଶୁ ଯଥା,ଗାଈ, ବାଛୁରୀ,ବଳଦ,ମଇଁଷିଙ୍କ ସଂଖ୍ୟା ପ୍ରାୟ ୨୬ହଜାର ଥିବା ବେଳେ ଛୋଟ ଗୃହ ପାଳିତ ପଶୁ ଯଥା ଛେଳି,ମେଣ୍ଢା,ଘୁଷୁରୀଙ୍କ ସଂଖ୍ୟା ପ୍ରାୟ ୧୪ହଜାର,ଗୃହ ପାଳିତ ପକ୍ଷୀ ଯଥା କୁକୁଡ଼ା,ବତକ,ହଂସ ସଂଖ୍ୟା ପ୍ରାୟ ୩୦ହଜାର ଥିବା ପ୍ରାଣୀ ଚିକିତ୍ସାଳୟ ସୂତ୍ରରୁ ଜଣାପଡିଛି । ଆପ୍ରୋଚ ରୋଡ ସମ୍ପର୍କରେ ରାସ୍ତା ନିର୍ମାଣ କାରୀ ଠିକା ସଂସ୍ଥା ଚେଭରକ୍ସ କମ୍ପାନୀର ମାନବ ସମ୍ବଳ ଅଧିକାରୀ ଭାଗିରଥି ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ,ପଶୁ ଚିକିତ୍ସାଳୟର ପ୍ରବେଶ ପଥ ସମ୍ପର୍କରେ ସେ ଅବଗତ ଅଛନ୍ତି । ଖୁବ୍ ଶୀଘ୍ର ଏହାର ମରାମତି କରାଯିବ ବୋଲି କହିଥିଲେ । ତେଣେ ଅଞ୍ଚଳ ବାସୀ ଏହିଭଳି ଅବହେଳା ହେତୁ ବହୁ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି । ଯଥା ଶୀଘ୍ର ଜିଲ୍ଲା ଖଣିଜ ପାଣ୍ଠି ର ବିନିଯୋଗ କରି ପ୍ରାଣୀ ଚିକିତ୍ସାଳୟର ସୁଧାର ଆଣିବା ପାଇଁ ଦାବି କରିଛନ୍ତି ।

Leave A Reply

Your email address will not be published.

seven − seven =