କୋଟିଏ ଟଙ୍କାର ଗଞ୍ଜେଇ ଚାଲାଣ, ଜଣେ ଗିରଫ

ଲମତାପୁଟ: ଟ୍ରକ୍‌ରେ ବୋଝେଇ ହୋଇଥିଲା ପଣସ ଓ କଦଳୀ ଉପରକୁ ଦେଖିବାକୁ ସବୁ ଠିକ୍‌ଠାକ୍ ଥିଲା । କିନ୍ତୁ ଭିତରେ ଥିଲା ଗଞ୍ଜେଇ । ଏମିତି ଭାବେ ୧ କୋଟି ଟଙ୍କାର ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରିଛି ମାଛକୁଣ୍ଡ ପୋଲିସ । ଜଳାପୁଟର ଜବାଗଡ଼ରୁ ଏକ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୋରାପୁଟ ଏସ୍‌ପି କୌଣସି ସୂତ୍ରରୁ ଖବର ପାଇଥିଲେ । ଏହା ପରେ ତାଙ୍କ ନିର୍ଦ୍ଦେଶକ୍ରମେ ନନ୍ଦପୁର ଏସ୍‌ଡିପିଓଙ୍କ ନେତୃତ୍ୱରେ ମାଛକୁଣ୍ଡ, ଲମତାପୁଟ ଓ ଜଳାପୁଟ ପୋଲିସ ଏକ ଟିମ୍ ଟିକାପୁଟ ଛକ ନିକଟରେ ସମସ୍ତ ଯାଂଚ କରିଥିଲେ । ଏହି ସମୟରେ ଉକ୍ତ ଗଞ୍ଜେଇ ବୋଝଇ ଗାଡି ସେଠାରେ ପହଂଚିଥିଲା । ପୋଲିସ ଏହାକୁ ଅଟକାଇ ଯାଂଚ କରିଥିଲା । ଯାଂଚ ବେଳେ ପଣସ ଓ କଦଳୀ ବୋଝେଇ ଏହି ଟ୍ରକ୍‌ରୁ ବିପୁଳ ପରିମାଣ ଗଞ୍ଜେଇ ଜବତ କରାଯାଇଥିଲା । ଏହି ଟ୍ରକରୁ ଏକ ଟନ୍ ୮ କେଜି ଗଞ୍ଜେଇ ଜବତ କରାଯାଇଛି, ଯାହାର ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କା ହେବ ବୋଲି ନନ୍ଦପୁର ଏସ୍‌ଡିପିଓ ସଞ୍ଜୟ ମହାପାତ୍ର କହିଛନ୍ତି । ମାଛକୁଣ୍ଡ ପୋଲିସ ଗଞ୍ଜେଇ ଓ ଉକ୍ତ ଟ୍ରକ୍‌କୁ ଜବତ କରିବା ସହିତ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନ ହେଲେ ଆନ୍ଧ୍ର ପ୍ରଦେଶର ଗୁଂଟୁର ଅଂଚଳର ଭି.ସତ୍ୟା, ଜି. ଶ୍ରୀଧର ଓ ଜି. ଶ୍ରୀମାନ । ସେମାନଙ୍କ ଠାରୁ ୪ଟି ମୋବାଇଲ ଓ ୩,୫୦୦ ଟଙ୍କା ମଧ୍ୟ ଜବତ କରାଯାଇଛି । ନନ୍ଦପନୁର ଏସ୍‌ଡିପିଓ କହିଛନ୍ତି ଜବାଗଡ଼ ଅଂଚଳରୁ ଟ୍ରକ୍ ଯୋଗେ ଏହି ଗଞ୍ଜେଇକୁ ସଗର ଓ ପାଡୁଆ ରାସ୍ତା ଦେଇ ଆନ୍ଧ୍ର ପ୍ରଦେଶର ଗୁଂଟୁର ଅଂଚଳକୁ ଚାଲାଣ କରାଯାଉଥିଲା ।

Leave A Reply

Your email address will not be published.

two × 3 =