ପୁଞ୍ଚରେ ୧୦ଟି ହ୍ୟାଣ୍ଡ ଗ୍ରେନେଡ ଜବତ


ଶ୍ରୀନଗର: ରବିବାର ଦିନ ଜାମ୍ମୁ ଓ କାଶ୍ମୀର ଅନ୍ତର୍ଗତ ପୁଞ୍ଚ ଜିଲ୍ଲାର ଏକ ଗୁପ୍ତ ସ୍ଥାନରେ ଆତଙ୍କବାଦୀମାନେ ଲୁଚାଇ ଥିବା ୧୯ଟି ହ୍ୟାଣ୍ଡ ଗ୍ରେନେଡ୍ ଉଦ୍ଧାର କରାଯିବା ସହ ନିରାପତା ବଳଙ୍କ ଉପରେ ହେବାକୁ ଥିବା ଆକ୍ରମଣ ଯୋଜନା ଭଣ୍ଡୁର ହୋଇଥିବା କଥା ପ୍ରତିରକ୍ଷା ବିଭାଗର ଜଣେ ମୁଖପାତ୍ର ଦାବି କରିଛନ୍ତି ।
ମୁଖପାତ୍ରଜଣଙ୍କ କହିଛନ୍ତି, ନିରାପତା ବଳ ଓ ପୋଲିସ୍‌ର ମିିଳିତ ଉଦ୍ୟମକୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିବା ସହ ପୁଞ୍ଚ୍ ଅଞ୍ଚଳର ଶାନ୍ତି ଓ ସ୍ଥିରତା ବ୍ୟାହତ କରିବାକୁ ଦୃଷ୍ଟମାନଙ୍କର ଏକ ଘୃଣ୍ୟ ଯୋଜନାକୁ ଆଜି ସକାଳେ ଭଣ୍ଡୁର କରାଯାଇଛି ।
୧୪୪-ଏ ଜାତୀୟ ରାଜପଥରେ (ଜମ୍ମୁ-ରଜୌରି-ପୁଞ୍ଚ) ଯାତାୟତ କରୁଥିବା ନିରାପତା ବଳଙ୍କୁ ଆକ୍ରମଣ କରିବା ଲାଗି ଆତଙ୍କବାଦୀମାନେ ଯୋଜନା କରୁଥିବା ସଂକ୍ରାନ୍ତରେ ଭରସାଯୋଗ୍ୟ ସୂଚନା ପାଇବା ପରେ ଭାରତୀୟ ସେନାର ‘ରାଷ୍ଟ୍ରୀୟ ରାଇଫଲ୍‌’ ଏବଂ ଜମ୍ମୁ ଓ କାଶ୍ମୀର ପୋଲିସ୍ ମିଳିତ ଭାବେ ଜମ୍ମୁ ଅନ୍ତର୍ଗତ ପୁଞ୍ଚ ଜିଲ୍ଲାର ସୁରନକୋଟ ଅଧୀନ ଫାଗ୍‌ଲା ଅଞ୍ଚଳରେ ତଲାସ୍ ଅଭିଯାନ ଆରମ୍ଭ କରିଥିଲେ । ତଲାସ୍ ଚାଲିଥିବା ବେଳେ ଏକ ଗୁପ୍ତ ସ୍ଥାନରୁ ସେମାନେ ୧୯ଟି ‘ହ୍ୟାଣ୍ଡଗ୍ରେନେଡ୍‌’ ଉଦ୍ଧାର କରିଥିଲେ ।

Leave A Reply

Your email address will not be published.

5 + 2 =