ବିଚାରପତିଙ୍କୁ ଅଟୋ ଚଢାଇ ହତ୍ୟା

ରାଞ୍ଚି: ଝାଡ଼ଖଣ୍ଡ ଧାନବାଦ ଜିଲ୍ଲା କୋର୍ଟର ଅତିରିକ୍ତ ବିଚାରପତି ଉତ୍ତମ ଆନନ୍ଦଙ୍କୁ ଦୁର୍ବୃତ ମାନେ ଅଟୋ ଚଢାଇ ହତ୍ୟା କରିବା ଘଟଣା ଦେଶରେ ଘୋର ଆଲୋଡନ୍ ସୃଷ୍ଟି ରକିଛି । ପୂର୍ବରୁ ପ୍ରାତଃ ଭ୍ରମଣରେ ଥିବା ବିଚାରପତିଙ୍କର ରାସ୍ତା ଦୃର୍ଘଟଣା ମୃତ୍ୟୁ ଘଟିଥିବା କୁହାଯାଇଥିଲେ ମଧ୍ୟ ସିସିଟିଭି ଫୁଟେଜ୍ ଆଧାରରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଜଣାପଡିଛି । ଏହି ମାମଲାରେ ବିଚାରପତିଙ୍କ ଡ୍ରାଇଭର ଓ ଜଣେ ସହଯୋଗୀଙ୍କୁ ଗିରଫ କରିଛି ।
ସୂଚନାଯୋଗ୍ୟ ଯେ, ବୁଧବାର ଜଷ୍ଟିସ ଉତ୍ତମ ଆନନ୍ଦ ସକାଳୁ କୋଇଲା ସହର ଧାନବାଦରେ ପ୍ରାତଃ ଭ୍ରମଣ କରୁଥିଲେ । ଏହି ସମୟରେ ପଛ ଆଡୁ ଏକ ଅଟୋ ରିକ୍ସା ଆସି ତାଙ୍କୁ ଧକ୍କା ଦେଇଥିଲା । ପରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ମାମଲାକୁ ଏବେ ଝାଡ଼ଖଣ୍ଡ ହାଇକୋର୍ଟ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ।
ପୁଲିସ ମଧ୍ୟ ଏହି ଘଟଣାର କାରଣ ଜାଣିବା ପାଇଁ ଏକ ସ୍ପେଶାଲ ଇନଭେଷ୍ଟିକେସନ ଟିମ୍ (ଏସ୍‌ଆଇଟି) ଗଠନ କରିଛି । ସିସିଟିଭି ଫୁଟେଜ ଆଧାରରେ ଏସ୍‌ଆଇଟି ତଦନ୍ତ କରୁଛି । ସିସିଟିଭି ଫୁଟେଜ୍‌ରୁ ଦେଖିବାକୁ ମିଳିଛି ମାଜିଷ୍ଟ୍ରେଟ କଲୋନୀରେ ଜଷ୍ଟିସ ଉତ୍ତମ ଆନନ୍ଦ ପ୍ରାତଃ ଭ୍ରମଣ କରୁଥିଲେ । ଏହି ସମୟରେ ଏକ ଅଟୋ ରିକ୍ସା ତାଙ୍କୁ ଲକ୍ଷ୍ୟ ରଖି ପଛ ଆଡୁ ଆସି ଧକ୍କା ଦେଇ ସେହି ସ୍ଥାନରୁ ପଳାଇଥିଲା । ବିଚାରପତି ଜଣଙ୍କ ରାସ୍ତାରେ ଗୁରୁତର ଅବସ୍ଥାରେ ହୋଇ ପଡ଼ିରହିଥିଲେ । କିଛି ସମୟ ପରେ ଜଣେ ଲୋକ ତାଙ୍କୁ ହସ୍ପିଟାଲକୁ ନେଇଥିଲେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ପୁଲିସ ହାତରେ ସିସିଟିଭି ଫୁଟେଜ ଲାଗିବା ପରେ ଆଜି ବିଚାରପତିଙ୍କ ଡ୍ରାଇଭର ଏବଂ ଜଣେ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି ।
ଏହି ଘଟଣାରେ ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ୍ ଏମ୍‌ଭି ରମଣା ଗଭୀର ଉଦ୍‌ବେଗ ପ୍ରକାଶ କରିଥିବା ବେଳେ ଝାଡଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଜିଲ୍ଲା ପ୍ରଶାସନ ଏବଂ ପୁଲିସ ଅଧିକାରୀଙ୍କୁ ସମନ କରିଛନ୍ତି । ଘଟଣାର ଏସ୍‌ଆଇଟି ତଦନ୍ତ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଆଇନଜୀବୀ ତଥା ପୂର୍ବତନ ସଲିସିଟର ଜେନେରାଲ ବିକାଶ ସିଂ ସମାନ ପ୍ରସଙ୍ଗକୁ ସୁପ୍ରିମକୋର୍ଟରେ ଉଠାଇଛନ୍ତି । ତେବେ ପ୍ରଧାନ ବିଚାରପତି ଏନ ଭି ରମନ୍ନା କହିଛନ୍ତି, ସେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ଆଜି ସକାଳେ କଥା ହୋଇଛନ୍ତି । ହାଇକୋର୍ଟ ନିଜ ଆଡୁ ମାମଲା ରୁଜୁ କରି ସାରିଛି । ତେଣୁ ସୁପ୍ରିମକୋର୍ଟ ଏହି ମାମଲାରେ ଏବେ ହସ୍ତକ୍ଷେପ କରିବେ ନାହିଁ । ସୂଚନାଯୋଗ୍ୟ ଯେ, ନିକଟରେ କେତେକ ମୋଷ୍ଟ ୱାନ୍‌ଟେଡ୍‌ଙ୍କ ଜାମୀନ୍ ଆବେଦନକୁ ବିଚାରପତି ଆନନ୍ଦ ରଦ୍‌କରିଦେଇଥିଲେ । ସେହିପରି ରାଜ୍ୟର ଜଣେ ବିଧାୟକଙ୍କ ଭାଇର ମାମଲା ଏବେ ଜିଲ୍ଲା ଦୌରାଜଜ୍‌ରେ ଏବେ ବିଚାରଧିନ ରହିଛି । ତାଙ୍କୁ ଜାଣିଶୁଣୀ ଅଟୋ ଚଢାଇ ହତ୍ୟା କରାଯାଇଥିବା ସ୍ପଷ୍ଟ ସୂଚନା ମିଳିଛି ।
ଦିଂବଗତ ବିଚାରପତି ଉତ୍ତମ ଆନନ୍ଦଙ୍କ ଶବକୁ ହଜାରିବାଗର ଶିବପୁରୀକୁ ନିଆଯାଇ ଅନ୍ତିମ ସଂସ୍କାର କରାଯାଉଛି । ଧାନବାଦ ଜିଲ୍ଲା ଜଜ୍ ଉତ୍ତମ ଆନନ୍ଦଙ୍କ ହତ୍ୟା ମାମଲାରେ ସୁପ୍ରିମ୍ କୋର୍ଟ ‘ସୁଓ ମୋଟୁ ନୋଟିସ୍‌’ ଜାରି କରନ୍ତୁ ବୋଲି ‘ସୁପ୍ରିମ୍ କୋର୍ଟ ବାର ଆସୋସିଏସନ୍‌’ ଶୀର୍ଷ ଅଦାଲତଙ୍କୁ ଅନୁରୋଧ କରିଛି । ସୁପ୍ରିମ୍ କୋର୍ଟ ବାର ଆସୋସିଏସନ୍‌’ କହିଛି, ଏହା ବିଚାର ବିଭାଗୀୟ ସ୍ୱାଧୀନତା ଉପରେ ଆକ୍ରମଣ । ବିଚାରପତିଙ୍କ ଉପରେ ଏହା ଗୋଟାଏ ସୁପରିକଳ୍ପିତ ଆକ୍ରମଣ ବୋଲି ମନେହୁଏ ।

Leave A Reply

Your email address will not be published.

eighteen − seven =