ସର୍ବ ସମ୍ମୁଖରେ ଠିକାଦାରଙ୍କୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ନକ୍ସଲ ଦମନ ପାଇଁ ସରକାର ବିଭିନ୍ନ ରଣନୀତି ଆପଣାଉଛନ୍ତି । ଡିଜିପି ଘନଘନ ନକ୍ସଲ ପ୍ରବଣ ମାଲକାନଗିରି ଯାଇ ସ୍ଥିତି ସମୀକ୍ଷା କରୁଛନ୍ତି । ଆଜି ସେହି ଜିଲ୍ଲାର ଗଡ଼ିଆ ମୁଣ୍ଡା କାମରେ ନିୟୋଜିତ ଜଣେ ଠିକାଦାରଙ୍କୁ ନକ୍ସଲମାନେ ଅତି ବୀଭସô ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ।ଏଥିସହ ଗାଡ଼ି ପୋଡାଜଳା କରିଛନ୍ତି । ସୂଚନାଅନୁସାରେ ମାଥିଲି-ଗୋଲିଆଗୁଡ଼ାରେ ରାସ୍ତା କାମ ଚାଲିଥିଲା । ଶ୍ରମିକମାନେ ରାସ୍ତା କାମ କରୁଥିଲେ । ସେଠାରେ ଉପସ୍ଥିତ ଥିଲେ ଠିକାଦାର ସୁକୁକମାର ମଣ୍ଡଳ । ଏହି ସମୟରେ ୧୫ ରୁ ୨୦ ଜଣ ନକ୍ସଲ ପ୍ରକଳ୍ପ ସ୍ଥଳକୁ ଆସିଥିଲେ । ନକ୍ସଲମାନେ ଠିକାଦାରଙ୍କୁ ଡାକି ନେଇ ବିଚ୍ ରାସ୍ତାରେ ହତ୍ୟା କରିଥିଲେ । ଏପରିକି ରାସ୍ତା କାମରେ ନିୟୋଜିତ ୧ ବୋଲେରୋ, ୧ଟ୍ରାକ୍ଟର ଓ ୧ ପ୍ରୋକଲିନ ମେସିନ ନିଆଁ ଲଗାଇ ଦେଇଥିଲେ । ମାତ୍ର ଅନ୍ୟ ଶ୍ରମିକମାନେ ସୁରକ୍ଷିତ ଥିବା ଜଣାପଡିଛି । ହତ୍ୟା କରିବା ପରେ ନକ୍ସଲମାନେ ସେଠାରୁ ଚମ୍ପଟ ମାରିସାରିଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରଛି ।

Leave A Reply

Your email address will not be published.

three + one =