କଇଁଚି ଭୁସି ପଡୋଶୀଙ୍କୁ ହତ୍ୟା

କଟକ: ଘରଡିହ ବିବାଦକୁ କେନ୍ଦ୍ର କରି ପଡୋଶୀଙ୍କୁ କଇଁଚି ଭୁସି ହତ୍ୟା କରାଯାଇଥିବାର ଅଭିଯୋଗ ଆସିଛି । ଏଭଳି ଏକ ବର୍ବର ହତ୍ୟାକାଣ୍ଡ ଦେଖିବାକୁ ମିଳିଛି କଟକ ବଡମ୍ବା ଥାନା ଅନ୍ତର୍ଗତ ପଙ୍କାଳ ଗ୍ରାମରେ । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଗୋପାଳ ସାହୁ , ବୟସ-୨୭ ବର୍ଷ । ମିଳିଥିବା ସୂଚନା ଅନୁସାରେ ଗୋପାଳ ସାହୁ ଅଭିଯୁକ୍ତ ଭରତ ସାହୁଙ୍କ ଦୀର୍ଘ ଦିନ ଧରି ବିବାଦ ଲାଗିରହିଥିଲା । ଭରତ ପୂର୍ବରୁ ଥରେ ଗୋପାଳ ପେଟରେ ପେଚ୍କସ୍ ଭୁସିଦେଇଥିବା ଗାଁ ଲୋକେ କହିଛନ୍ତି । ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ଫାଣ୍ଡି ଅଧିକାରୀ ବସନ୍ତ କୁମାର ଶତପଥୀ କହିଛନ୍ତି ।

Leave A Reply

Your email address will not be published.

one + twenty =