‘ଅମ୍ଫାନ୍‌’: ୨୦ ସନ୍ଧ୍ୟା ସୁଦ୍ଧା ସୁନ୍ଦରବନ ନିକଟରେ କରିବ ଲାଣ୍ଡଫଲ୍‌

ନୂଆଦିଲ୍ଲୀ/ ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଅମ୍ଫାନ ଏବେ ପାରାଦୀପ ଠାରୁ ଦକ୍ଷିଣରେ ପ୍ରାୟ ୪୦୦ କିମି ଦୂରରେ ରହି ଉତ୍ତର ଉତ୍ତର-ପୂର୍ବ ଦିଗରେ ସମୁଦ୍ର ମଧ୍ୟରେ ଘଣ୍ଟା ପ୍ରତି ୧୫ କିମି ବେଗରେ ଗତି କରୁଛି । ଅମ୍ଫାନର କେନ୍ଦ୍ରସ୍ଥଳରେ ପବନର ବେଗ ଘଣ୍ଟାପ୍ରତି ୨୦୦ରୁ ୨୪୦ କିଲୋମିଟର ପର୍ଯ୍ୟନ୍ତ ରହିଛି । ୨୦ ତାରିଖ ଅପରାହ୍ଣରୁ ସନ୍ଧ୍ୟା ମଧ୍ୟରେ ଅତି-ଭୀଷଣ ସାମୁଦ୍ରିକ ବାତ୍ୟା ଭାବରେ ପଶ୍ଚିମବଙ୍ଗର ଦୀଘା ଓ ବାଲାଂଦେଶର ହତିୟା ମଧ୍ୟରେ ସୁନ୍ଦରବନ ଦେଇ ସ୍ଥଳ ଭାଗ ଅତିକ୍ରମ କରିବ । ଏହି ସମୟରେ ପବନର ବେଗ ୧୫୫ ରୁ ୧୬୫ କିମି ସହ ଗଷ୍ଟିଙ୍ଗ ୧୮୫ କିମି ରହିବାର ସମ୍ଭାବନା ରହିଛି ବୋଲି ଅମ୍ଫାନ ସଂପର୍କରେ ତାଜା ସୂଚନା ଦେବାକୁ ଯାଇ କହିଛନ୍ତି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମ୍ୟତ୍ୟୁଞ୍ଜୟ ମହାପାତ୍ର ।

ଏହାର ପ୍ରଭାବରେ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗ୍ରଣା, ଦକ୍ଷିଣ ୨୪ ପ୍ରଗ୍ରଣା, ପୂର୍ବ ମେଦିନାପୁର, ପଶ୍ଚିମ ମେଦିନାପୁର, ହୁବୁଳି ଓ ହାଓ୍ଵଡ଼ା ଜିଲ୍ଲାଗୁଡ଼ିକ ସମେତ ମହାନଗରୀ କୋଲକାତା ମଧ୍ୟ ଗଭୀର ଭାବେ ପ୍ରଭାବିତ ହେବାସହ ବ୍ୟାପକ କ୍ଷୟକ୍ଷତିର ସାମନା କରିବ। 

Leave A Reply

Your email address will not be published.

eleven + twenty =