ଅଲବିଦା ପ୍ରଣବ ଦା


ନୂଆଦିଳ୍ଲୀ- ପଂଚଭୂତରେ ଲୀନ ହେଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ଲୋଧି ଶ୍ମଶାନ ଘାଟରେ ରାଜକୀୟ ସମ୍ମାନ ସହିତ ତାଙ୍କୁ ଅନ୍ତମି ବିଦାୟ ଦିଆଯାଇଛି । ପୁଅ ଅଭିଜିତ ମୁଖାର୍ଜୀ ମୁଖାଗ୍ନୀ ଦେଇଥିଲେ । କରୋନା ପାଇଁ ଅଭିଜିତ ଓ ପରିବାର ଲୋକେ ପିପିଏ କିଟ୍ ପିନ୍ଧିଥିଲେ । ଅନ୍ତ୍ୟେଷ୍ଟି ପୂର୍ବରୁ ପ୍ରଣବଙ୍କ ପାର୍ଥୀବ ଶରୀର ୧୦ ରାଜଜୀ ମାର୍ଗ ସ୍ଥିତ ବାସଭବନରେ ରଖିଯାଇଥିଲା । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରଜନାଥ ସିଂ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟାନ୍ୟ ନେତା ମନ୍ତ୍ରୀ ତାଙଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave A Reply

Your email address will not be published.

4 × three =