ନୂଆଦିଲ୍ଲୀ,୧୦.୬ (ଏଜେନ୍ସି): ମ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ତଥା କେନ୍ଦ୍ର ବିନିବେଶ ବିଭାଗରେ ସଚିବ ରୂପେ କାର୍ଯ୍ୟରତ ତୁହିନକାନ୍ତ ପାଣ୍ଡେ କରୋନାରେ ଆକ୍ରାନ୍ତ ହୋଇଥିବାର ଜଣାପଡ଼ିଛି । ସାମାନ୍ୟ ଜ୍ୱର ଅନୁଭବ କରିବା ପରେ ଶ୍ରୀ ପାଣ୍ଡେ କରୋନା ପରୀକ୍ଷା କରାଇଥିଲେ ଏବଂ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ରିପୋର୍ଟ ପଜିଟିଭ ଆସିବା ପରେ ଏବେ ସେ ଗୃହ ସଂଗରୋଧରେ ରହୁଛନ୍ତି । ଏତଦ୍ ବ୍ୟତୀତ କେନ୍ଦ୍ର ବିନିବେଶ ଓ ସାର୍ବଜନିକ ସମ୍ପତି ପରିଚାଳନା ବିଭାଗ (ଡିଆଇପିଏଏମ୍)ର ଯୁଗ୍ମ ସଚିବମାନେ ମଧ୍ୟ ଗୃହ ସଂଗରୋଧ ହୋଇଛନ୍ତି । ସିଜିଓ କମ୍ପେ୍ଲକ୍ସରେ ଥିବା କେନ୍ଦ୍ର ବିନିବେଶ ବିଭାଗକୁ ସିଲ୍ କରାଯିବା ସହିତ ବିଶୋଧନ କରାଯାଇଛି ।