ଆଜି ବିଶ୍ୱ କବାବ ଦିବସ

ଆଜି ହେଉଛି କବାବ ଦିବସ । ଏହି ଦିବସଟି ମଧ୍ୟ ଯୁଗୀୟ ପ୍ରାଚ୍ୟରେ କବାବ ର ଜନ୍ମ ହୋଇଥିଲା । ପ୍ରଥମେ ପର୍ସିଆ ଓ ଟର୍କିରୁ ଏହା ସାରା ବିଶ୍ୱରେ ଧିରେ ଧିରେ କରି ଯାଇଥିଲା । ତେବେ କବାବ ଏକ ପାର୍ସିଆନ୍ ଶବ୍ଦ ଏହାର ଅର୍ଥ ହେଲା ‘ଭଜା’ । ଦିଲ୍ଲୀରେ ସୁଲତାନ ଶାସନ କାଳରେ କବାବର ପ୍ରଚଳନ ଆରମ୍ଭ ହୋଇଥିଲା । ସାଧାରଣତଃ ପ୍ରଜାମାନେ ଏହି ଖାଦ୍ୟ ସହ ବେଶ୍ ପରିଚିତ ଥିଲେ । ଦେଖିବାକୁ ଗଲେ ଭାରତରେ ୧୮ପ୍ରକାରର କବାବ ମିଳେ । ସେଗୁଡିକ ହେଲା : କାକୋରୀ, ଶମୀ,କଲମୀ, ଚୁଂଡେ,ଗଲୌଚୀ,ସଂଭାଲୀ,ବିହାରୀ,ବୋଟୀ,ରେଶମୀ,ଲସୋନୀ, ଶିକମପୁରୀ,ଚନାଲୀ, ଚିକେନ୍ ମଲାଈ, ଟୀକା, ଟଙ୍ଗଡୀ, କଲେଜୀ,ହରିୟାଲୀ, ବୁର୍ହା, ସୂଅର କୀ ସାଂଥ, ରାଜପୁତୀ ଶୂଲା । ସେହିଭଳି ଟର୍କିରେ ତିରିଶ ପ୍ରକାରର କବାବ ମିଳେ । ବିଶ୍ୱର ବିଭିନ୍ନ ସ୍ଥାନରେ ମିଳୁଥିବା ବିଭିନ୍ନ ପ୍ରକାରର କବାବର ସଂଖ୍ୟା ଦୁଇ ଶହ ରୁ ଅଧିକ ହେବ । ଜର୍ମାନିକୁ ବିଶ୍ୱର କବାବ ରାଜଧାନୀ କୁହାଯାଏ ।

Leave A Reply

Your email address will not be published.

2 × three =