ଅଜି ହେଉଛି ଗିନି ପିଗ୍ ଦିବସ । ୫୦୦୦ବିସି ବେଳକୁ ଦକ୍ଷିଣ ଆମେରିକାରେ ଏହି ନିରୀହ ପ୍ରଣୀ ଗୃହପାଳିତ ହୋଇସାରିଥିଲେ । ୧୫୦୦ ଏଡିରେ ଇଉରୋପରେ ରାଜ-ରାଜୁଡାମାନେ ଏହାକୁ ପାଳୁଥିଲେ । ଏମାନେ ହେଲେ ଶୁଦ୍ଧ ସାକାହାରୀ ପ୍ରାଣୀ । ସେମାନେ ଅତି ଶାନ୍ତ ପ୍ରଜାତିର , ବହୁତ ଚତୁର ଓ ସାମାଜିକ । ସପ୍ତଦଶ ଶତାବ୍ଦୀରୁ ଏହାକୁ
ପରୀକ୍ଷାଗାର ପ୍ରାଣୀ ଭାବେ ଗବେଷଣା କାର୍ଯ୍ୟରେ ବ୍ୟବହାର କରାଯାଉଛି । ଦକ୍ଷିଣ ଆମେରିକା ଓ ଆଫ୍ରିକାର କେତେକ ଅଂଚଳରେ ଏହା ମାଧ୍ୟମରେ କାମଳ, ଆନ୍ତ୍ରୀକ ଜ୍ୱର , ଆଣଣ୍ଠୁ-ବିନ୍ଧା ଆଦି ରୋଗ ଭଲହେଉଥିବା ବିଶ୍ୱାସ କରାଯାଏ । ଗିନି ପିଗ୍ର ଛୁଆ ଆଖି ଖୋଲା ଥିବା ଅବସ୍ଥାରେ ଜନ୍ମ ହୁଏ ଏବଂ ଜନ୍ମ ହେବାର ଅଳ୍ପ କିଛି ଘଂଟା ପରେ ସେ ନଡା ଖାଇବପାରେ । ଏହି ପ୍ରାଣୀ ନିଜ ମଳ ନିଜେ ଖାଇଥାନ୍ତି । ଏମାନେ ବେଶୀ ସମୟ ଶୁଅନ୍ତି ନାହିଁ ।ଆକାରରେ ଛୋଟ ହୋଇଥିଲେ ହେଁ ଏମାନଙ୍କ ଶରୀରରେ ହାଡ ସଂଖ୍ୟା ୨୫୮ ରହିଛି ।
ଗିନି ପିଗ୍ ସାଧାରଣ ଭାବେ ଚାରି ରୁ ପାଂଚ ବର୍ଷ ବଂଚିପାରେ । ତେବେ , ଇଂଲଣ୍ଡରେ ‘ସ୍ନୋବର’ ନାମକ ଗିନି ପିଗ୍ ପନ୍ଦର ବର୍ଷ ବଂଚିଥିଲା