ଆତ୍ମନିର୍ଭର ଭାରତ ୩-୦ ଘୋଷଣା : ନୂଆ କର୍ମଚାରୀଙ୍କ ଇପିଏଫ ଭରିବେ ସରକାର, ସୁଧୁରୁଛି ଦେଶର ଆର୍ଥିକ ବ୍ୟବସ୍ଥା

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁଁ ଦେଶରେ ବିପର୍ଯ୍ୟସ୍ଥ ହୋଇପଡିଥିବା ଅର୍ଥ ବ୍ୟବସ୍ଥାରେ ସୁଧାର ଆସିଛି,
କରୋନା ପ୍ରଭାବ କମ୍ ହୋଇଛି ବୋଲି ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି । ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରି ସେ କହିଛନ୍ତି ଯେ, ଦେଶର ଅର୍ଥବ୍ୟବସ୍ଥାର ଦ୍ରୁତ ଗତିରେ ସୁଧାର ଆସିଛି । ସାମ୍ପ୍ରତିକ ପରିସଂଖ୍ୟାନ ଅର୍ଥନୀତିରେ ଉନ୍ନତି ପରିଲକ୍ଷିତ ହେବ ବୋଲି ସେ କହିଛନ୍ତି ।ଅନ୍ୟପକ୍ଷରେ ଶ୍ରୀମତୀ ସୀତାରମଣ କରୋନା ମହାମାରୀ ସମୟରେ ଦେଶରେ ଆର୍ଥିକ ଅଭିବୃଦ୍ଧିକୁ ସୁଦୁଢ କରିବା ସହ ନୂତନ ନିଯୁକ୍ତି
ସୁଯୋଗ ସୃଷ୍ଟି ନିମନ୍ତେ ଆତ୍ମନିର୍ଭର ଭାରତ ୩.୦ କେନ୍ଦ୍ର ଅର୍ଥ ମନ୍ତ୍ରୀ ଘୋଷଣା କରିଛନ୍ତି । ମୁଖ୍ୟତଃ ସଂଗଠିତ କ୍ଷେତ୍ରରେ ଅଧିକ ନିଯୁକ୍ତ ଦେବାକୁ ସେ ପ୍ରୋତ୍ସାହନ ଘୋଷଣା କରିଛନ୍ତି । ସଂସ୍ଥା ନୂତନ ନିଯୁକ୍ତି ଦେଲେ କର୍ମଚାରୀଙ୍କ ଇପିଏଫ୍ କେନ୍ଦ୍ର ଭରିବ ବୋଲି ଘୋଷଣା କରିଛନ୍ତି ସୀତାରମଣ । ୧ହଜାରରୁ କମ୍ କର୍ମଚାରୀ ଥିବା ସଂସ୍ଥାରେ ୨୪% ଇପିଏଫ୍ ଦେବ କେନ୍ଦ୍ର । ସଂସ୍ଥା ଦେବାକୁ ଥିବା ୧୨% ଓ କର୍ମଚାରୀଙ୍କ ୧୨% ମଧ୍ୟ କେନ୍ଦ୍ର ଦେବ । ହଜାରେରୁ ଅଧିକ କର୍ମଚାରୀ ଥିବା ସଂସ୍ଥାର କର୍ମଚାରୀଙ୍କ ଭାଗ ଭରିବ କେନ୍ଦ୍ର । କର୍ମଚାରୀଙ୍କ ପକ୍ଷରୁ ଦାଖଲ ହେଉଥିବା ୧୨% ରାଶି କେନ୍ଦ୍ର ଦେବ ।ଏହି ଇପିଏଫ୍ ଭରଣା ଆଗାମୀ । ବର୍ଷ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି କହିଛନ୍ତି ।କେନ୍ଦ୍ର ସରକାର ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଂଟି ସ୍କିମ୍ର କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି । ବର୍ତମାନ ଏହି ଯୋଜନାର ଲାଭ ୩୧ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଉପଲବ୍ଧ ହେବ । ସେ କହିଛନ୍ତିଯେ,ଆତ୍ମନିର୍ଭରଶୀଳ ଭାରତ ଅଧୀନରେ ଯୋଜନା ଅଧୀନରେ ୬୧ ଲକ୍ଷ ଲୋକ ଉପକୃତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା ପାଇଁ ୧୮ ହଜାର କୋଟି ଟଙ୍କାର ଅତିରିକ୍ତ ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନାରେ ୧୨ଲକ୍ଷ ଗୃହ ନିର୍ମାଣ ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି ।ଏଥିରେ ସମୁଦାୟ ୩୦ ଲକ୍ଷ ଘର ଉପକୃତ ହେବ । ବଜେଟରେ ଘୋଷିତ ଆଠ ହଜାର କୋଟି ଟଙ୍କା ସହିତ ଏହି ରାଶି ଅତିରିକ୍ତ ପରିମାଣ ହେବ । ଏହା ଦ୍ୱାରା ୭୮ ଲକ୍ଷରୁ ଅଧିକ ଲୋକଙ୍କୁ ରୋଜଗାର ପାଇବେ ।ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି ଯେ, ଅକ୍ଟୋବର ମାସରେ ଜିଏସଟି ସଂଗ୍ରହ ୧୦ ପ୍ରତିଶତ ବୃଦ୍ଧି ପାଇଛି । ଯାହାର ପରିମାଣ ୧.୫ଲକ୍ଷ କୋଟି ଟଙ୍କା ରହିଛି । ସେୟାର ବଜାରର ସ୍ଥିତି ମଧ୍ୟ ଭଲ ରହିଛି । ମୁଡିସ୍ ମଧ୍ୟ ଭାରତର ଅର୍ଥବ୍ୟବସ୍ଥାର ରେଟିଂରେ ଉନ୍ନତି ଆଣିଛି । ପୂର୍ବରୁ ଦେଶର ଅର୍ଥବ୍ୟବସ୍ଥା ନେଇ ମୁଡିସ୍ର ଯେଉଁ ରେଟିଂ ଥିଲା ସେହି ସ୍ଥିତିରେ ବହୁ ସୁଧାର ଆସିଛି । ଏଥି ସହିତ ରେଳବାଇରେ ମାଲ ପରିବହନ ୨୦% ବୃଦ୍ଧି ପାଇଛି । ବ୍ୟାଙ୍କ ଋଣ ବିତରଣ ମଧ୍ୟ ୫ ପ୍ରତିଶତ ବୃଦ୍ଧି ପାଇଛି । ବ୍ୟାଙ୍କ ଗୁଡିକ ଅଧିକ ଋଣ ଦେଇଛନ୍ତି । ଦେଶରେ ନିବେଶ ବଢିବାରେ ଲାଗିଛି । ଆତ୍ମନିର୍ଭର ଭାରତ ଯୋଜନାରେ ବହୁ ପଦକ୍ଷେପ ନିଆଯାଇଛି । ୧.୫୭ ଲକ୍ଷ ଚାଷୀଙ୍କୁ କିଷାନ କ୍ରେଡିଟ୍କା କାର୍ଡ ଦିଆଯାଇଛି । ମସ୍ୟ ସମ୍ପଦ ଯୋଜନାରେ ଚାଷୀଙ୍କୁ ଲାଭ ମିଳିଛି । ଅକ୍ଟୋବର-ଡିସେମ୍ବର ତ୍ରୟମାସିକରେ ଅର୍ଥନୀତିରେ ଉନ୍ନତି ହେବ । ଏଫ୍ପିଆଇ ର ନିଟ୍ ବିନିଯୋଗ ମଧ୍ୟ ସକରାତ୍ମକ ହୋଇଛି । ବୈଦେଶିକ ମୁଦ୍ରା ଭଣ୍ଡାର ମଧ୍ୟ ୫୬୦ ବିଲି ଡଲାର ରେକର୍ଡରେ ପହଞ୍ଚିଛି । ୧୩ଲକ୍ଷ ୧୮ ହଜାର ଉଠା ଦୋକାନୀଙ୍କୁ ଋଣ ଦିଆଯାଇଥିଲା ବେଳେ କୃଷକଙ୍କୁ ୧.୪୩ଲକ୍ କୋଟି ଟଙ୍କା ଋଣ ଦିଆଯାଇଛି । ରବି ଫସଲ ପାଇଁ ୨୫ହଜାର କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । ଅକ୍ଟୋବର ମାସରେ ବିଜୁଳୀ ଶକ୍ତି ବ୍ୟବହାର ଗତ ବର୍ଷ ତୂଳନାରେ ୧୨% ବୃଦ୍ଧ ପାଇଛି । ଅକ୍ଟୋବର-ଡିସେମ୍ବର ତ୍ରୟମାସିକରେ ଅର୍ଥବ୍ୟବସ୍ଥା ଭଲ ହେବ ବୋଲି ଶ୍ରୀମତି ସୀତାରମଣ କହିଛନ୍ତି । ଦେଶରେ ଏକ ନେସନ୍ – ଏକ ରାସନ୍ କାର୍ଯ୍ୟକାରୀ ହୋଇଛି । ଏହା ଦ୍ୱାରା ପ୍ରବାଶୀ ଶ୍ରମିକ ମାନେ ଯେଉଁଠି ଥାଆନ୍ତୁନାଁ କହିଁକି ରିହାତି ଦରରେ ରାସନ ପାଇପାରିବେ ।

Leave A Reply

Your email address will not be published.

four × 3 =