ରାଂଚି : ଝାରଖଣ୍ଡ ଅନ୍ତର୍ଗତ ରାମଗଡ଼ ଜିଲ୍ଲା ରାଜ ରାସ୍ତାରେ ପରିବା ବିକୁଛନ୍ତି ପ୍ରମୁଖ କ୍ରୀଡ଼ାବିତ୍ ଗୀତା କୁମାରୀ । ଆର୍ଥିକ ଅନାଟନ କାରଣରୁ ଗୀତା ବର୍ତମାନ ପରିବା ବିକ୍ରି କରୁଥିବା ଟ୍ୱିଟରରୁ ସୂଚନା ପାଇବା ପରେ ତୁରନ୍ତ ସହାୟତା ପାଇଁ ମୁଖ୍ୟ ମନ୍ତ୍ରୀ ରାମଗଡ଼ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ।୫୦ ହଜାର ଟଙ୍କାର ସହାୟତା ସହ ମାସିକ ୩ହଜାର ଟଙ୍କାର ଭତା ଦେବା ପାଇଁ ମୂଖ୍ୟ ମନ୍ତ୍ରୀ ହେମନ୍ତ ସୋରେନ ରାମଗଡ଼ ଜରଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ସୋମବାର ରାମଗଡ଼ ଜିଲ୍ଲା ପ୍ରଶାସନ ଅଧିକାରୀ ଗୀତା କୁମାରୀଙ୍କୁ ୫୦ ହଜାର ଟଙ୍କାର ଚେକ୍ , ମାସିକ ୩ ହଜାର ଟଙ୍କାର ଷ୍ଟାଇପେଣ୍ଡ ସହ ଏକ ସ୍ପୋର୍ଟ୍ସ ସେଂଟରରେ ତାଲିମ୍ ପାଇଁ ବ୍ୟବସ୍ଥା କରିଛନ୍ତି । ସେ ରାଜ୍ୟ ସ୍ତରରେ ୮ ଟି ଗୋଲ୍ଡ ମେଡ଼ାଲ ସହ ଗୋଟିଏ ଲେଖାଏଁ ରୌପ୍ୟ ଏବଂ ବ୍ରୋଞ୍ଜ ହାସଲ କରିଥିଲେ ।