ଆବାସ ପ୍ରମାଣପତ୍ର, ପରିଚୟପତ୍ର ନଥିଲେ ବି ଡାକ୍ତରଖାନାରେ କରୋନା ରୋଗୀଙ୍କ ଚିକିତ୍ସାକୁ ମନା ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ବାହାର ରାଜ୍ୟର ତଥା ଦେଶର ଲୋକ ରହୁଛନ୍ତି । କରୋନା ସମୟରେ ସେମାନେ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଗଲେ କତୃପକ୍ଷ ଆବାସ ପ୍ରମାଣପତ୍ର କିମ୍ବା ପରିଚୟପତ୍ର ମାଗୁଛନ୍ତି । ଯେଉଁଥିପାଇଁ ସେମାନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ମାଗୁଛନ୍ତି । ଯେଉଁଥିପାଇଁ ସେମାନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତି ନେଇଛନ୍ତି । ଆବାସ ପ୍ରମାରପତ୍ର ଏବଂ ପରିଚୟପତ୍ର ପାଇଁ କୌଣସି ରୋଗୀଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ମନା କରାଯାଇପାରିବ ନାହିଁ ବୋଲି ସୁପ୍ରିକୋର୍ଟ କହିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ସ୍ଥାନୀୟ ଆବାସ ପ୍ରମାଣପତ୍ର ନ ଥିଲେ କୋଭିଡ-୧୯ ରୋଗୀଙ୍କୁ ଡାକ୍ତରଖାନାରେ ଚିକିତ୍ସା ଏବଂ ଅତ୍ୟାବଶ୍ୟକ ଔଷଧ ଦେବା ପାଇଁ ବାରଣ କରାଯାଇ ପାରିବ ନାହିଁ । ଏହା ସହିତ ୨ ସପ୍ତାହ ମଧ୍ୟରେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଏକ ଜାତୀୟ ନୀତି ପ୍ରସ୍ତୁତ କରି ଦାଖଲ କରିବା ଲାଗି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼, ବିଚାରପତି ଏଲ ନାଗେଶ୍ୱର ରାଓ ଏବଂ ବିଚାରପତି ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିଷ୍ପତି ଶୁଣାଇଛନ୍ତି ।

Leave A Reply

Your email address will not be published.

5 + 17 =