ଆର୍ଥିକ ସଂସ୍କାର ପ୍ୟାକେଜ୍‌ର ପଞ୍ଚମ ପର୍ଯ୍ୟାୟ:୭ଟି ‌କ୍ଷେତ୍ରରେ ଗୁରତ୍ବାରୋପ

ନୂଆଦିଲ୍ଲୀ: ୨୦ ଲକ୍ଷ କୋଟି ଟଙ୍କା ଆର୍ଥିକ ସଂସ୍କାର ପ୍ୟାକେଜ୍‌ର ପଞ୍ଚମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ମନରେଗା, ଶିକ୍ଷା ଓ ସ୍ବାସ୍ଥ୍ୟ ସମେତ ୭ଟି କ୍ଷେତ୍ର  ମନରେଗା, ଉଭୟ ଗ୍ରାମୀଣ ଓ ନରଗରାଞ୍ଚଳର ସ୍ବାସ୍ଥ୍ୟ, ଶିକ୍ଷା, ବାଣିଜ୍ୟ ଏବଂ କୋଭିଡ୍, କମ୍ପାନି ଆଇନର ବୈଧିକରଣ, ବାଣିଜ୍ୟ ସରଳୀକରଣ, ପବ୍ଲିକ୍‌ ସେକ୍ଟର୍ ଏବଂ ଉଦ୍ୟୋଗ ଓ ରାଜ୍ୟ ସରକାର ଓ ରାଜ୍ୟ ସରକାରଙ୍କ ସମ୍ପର୍କିତ ସମ୍ବଳ  ଧ୍ୟାନ ଦିଆଯାଇଥିବା କଥା ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଏହି ପ୍ୟାକେଜ୍‌ରେ ପ୍ରଧାନମନ୍ତ୍ରୀ ଭୂମି, ଶ୍ରମ, ନଗଦ ଅର୍ଥ ଓ ଆଇନ ଉପରେ ଗୁରୁତ୍ବାରୋପ କରିଛନ୍ତି। ସେ କହିଲେ ଯେ ଆମେ ଲୋକମାନଙ୍କୁ ଖାଦ୍ୟଶସ୍ୟ ଦେଇ ସାହାଯ୍ୟ କରିଛୁ। ଏହାକୁ ସମ୍ଭବ କରିବା ‘ଏଫ୍‌ସିଆଇ’ ଏବଂ ‘ଏନ୍ଏଏଫ୍‌ଇଡି’ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି। ଭାରତ ଶକ୍ତିଶାଳୀ ହେବ ଓ ଏହି ବୈଶ୍ବିକ ମହାମାରୀର ମୁକାବିଲା କରିପାରିବ।

Leave A Reply

Your email address will not be published.

20 + twelve =