ଆସନ୍ତା କାଲିଠାରୁ ଘରୋଇ ବିମାନ ଚଳାଚଳ

ନୂଆଦିଲ୍ଲୀ :  ଆସନ୍ତାକାଲିଠାରୁ ଦେଶବ୍ୟାପୀ  ଆରମ୍ଭ ହେବ  ଘରୋଇ ବିମାନ ଚଳାଚଳ ।  ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷର ଅଧ୍ୟକ୍ଷ ଅରବିନ୍ଦ ସିଂହ କହିଛନ୍ତି ବିମାନ ଚଳାଚଳ ପାଇଁ ଦେଶବ୍ୟାପି ବିମାନ ବନ୍ଦର ସଂପୂର୍ଣ୍ଣ ପ୍ରସ୍ତୁତ । ଯାତ୍ରୀମାନେ ଯେପରି ସାମାଜିକ ଦୂରତ୍ୱ ବଜାୟ ରଖି ସୁରୁଖୁରୁରେ ବିମାନ ଯାତ୍ରା କରିପାରିବେ, ସେଥିଲାଗି ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।   ଲକଡାଉନ ଯୋଗୁଁ ଗତ ମାର୍ଚ୍ଚ ୨୫ ତାରିଖରୁ ଦେଶବ୍ୟାପୀ ବିମାନ ଚଳାଚଳ ବାତିଲ କରାଯାଇଥିଲା । ଦେଶର ସବୁଠାରୁ ବ୍ୟସ୍ତବହୁଳ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରର କେବଳ ଟର୍ମିନାଲ୍‍-୩ରୁ ବର୍ତ୍ତମାନ ବିମାନ ଚଳାଚଳ ଆରମ୍ଭ ହେବ । ଘରୋଇ ବିମାନରେ ଯାତ୍ରା ପୂର୍ବରୁ ଆରୋଗ୍ୟ ସେତୁ ଆପ୍‌ରେ ଯାତ୍ରୀ ଯଦି ‘ସବୁଜ’ ସଂକେତ ପାଇଥିବେ; ତେବେ ତାଙ୍କୁ ପହଞ୍ଚିବା ପରେ କ୍ବାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ  ନାହିଁ  । କେରଳ, କର୍ଣ୍ଣାଟକ ଓ ଆସାମ ଭଳି ୬ ରାଜ୍ୟ ବିମାନରେ ଫେରିବାକୁ ଥିବା ଯାତ୍ରୀଙ୍କୁ କ୍ବାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ  ଜୁନ୍‌ ମଧ୍ୟଭାଗ କିମ୍ବା ଜୁଲାଇ ସୁଦ୍ଧା ଭାରତରୁ ଆନ୍ତର୍ଜାତିକ ବିମାନ ଉଡ଼ାଣ ଆରମ୍ଭ ହେବା ସମ୍ଭାବନା ରହିଛି  ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ । ।     

Leave A Reply

Your email address will not be published.

six − 2 =