ଇଫକୋ ପ୍ଲାଂଟରେ ଗ୍ୟାସ୍ ଲିକ୍ : ୨ମୃତ


ପ୍ରୟାଗରାଜ : ଉତରପ୍ରଦେଶର ପ୍ରୟାଗରାଜ ଅନ୍ତର୍ଗତ ଫୁଲପୁର ଅଞ୍ଚଳରେ ଥିବା ଇଣ୍ଡିଆନ୍ ଫାରମର୍ସ ଫର୍ଟିଲାଇଜର୍ କୋଅପରେଟିଭ୍ ଲିଭିଟେଡ୍ (ଇଫକୋ) କାରଖାନାରେ ଗ୍ୟାସ୍ ଲିକ୍ ହେବା କାରଣରୁ ଅନୂ୍ୟନ ଦୁଇଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । କାରଖାନାର ଗୋଟିଏ ୟୁନିଟ୍ରେ ‘ଆମୋନିଆ ଗ୍ୟାସ’ ଲିକ୍ କରିବାରୁ ଭିପି ସିଂହ ଏବଂ ଅଭୟ ନନ୍ଦନ ନାମରେ ‘ଇଫକୋ’ର ଦୁଇଜଣ କର୍ମଚାରୀ ପ୍ରାଣ ହରାଇଛନ୍ତି । ଦୁର୍ଘଟଣା ଘଟିଥିବା ପ୍ଲାଂଟର ଉକ୍ତ ୟୁନିଟ୍କୁ ବନ୍ଦ ରଖାଯାଇଛି ।
ଆମୋନିଆ’ ଗ୍ୟାସ୍ ଲିକ୍ ଘଟଣାରେ ‘ଇଫକୋ’ର ଆହୁରି ପ୍ରାୟ ୧୫ ଜଣ ବ୍ୟକ୍ତି ଅସୁସ୍ଥ ହୋଇ ପଡିଛନ୍ତି । ଚିକିସôା ନିମନ୍ତେ ସେମାନଙ୍କୁୁ ଆଖପାଖ ଡାକ୍ତରଖାନାମାନଙ୍କରେ ଭର୍ତି କରାଯାଇଛି । ପ୍ରାପ୍ତ ପ୍ରାଥମିକ ସୂଚନା ଅନୁସାରେ, କାରଖାନାର ସାର ଉପôାଦନ ୟୁନିଟ୍ରେ ଗ୍ୟାସ୍ ଲିକ୍ ହୋଇଥିଲା । ବରିÂ ଅଧିକାରୀମାନେ ପ୍ଲାଂଟକୁ ଯାଇ ଗ୍ୟାସ ଲିକ୍ ହେବାର କାରଣ ଖୋଜୁଛନ୍ତି । ପ୍ରୟାଗରାଜ ଜିଲ୍ଲା ମାଜିଷ୍ଟେ୍ରଟ୍ ଭାନୁଚନ୍ଦ୍ର ଗୋସ୍ୱାମୀ କହିଛନ୍ତି, ଏବେ ଗ୍ୟାସ ଲିକ୍ ହେବା ବନ୍ଦ ହୋଇଯାଇଛି ଓ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଏହି ଘଟଣାରେ ଦୁଃଖ ବ୍ୟକ୍ତ କରିବା ସହ ଦୁର୍ଘଟଣାର କାରଣ ସଂକ୍ରାନ୍ତରେ ତଦନ୍ତ ତ୍ୱରାନ୍ୱିତ କରିବାକୁ ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟ ସରକାର ଅଧିକାରୀ ମାନଙ୍କୁ ଆଦେଶ ଦେଇଛନ୍ତି ।

Leave A Reply

Your email address will not be published.

6 + 6 =