ଋଷ ଯୁଦ୍ଧାଭ୍ୟାସରେ ସାମିଲ ହବନି ଭାରତ
ନୂଆଦିଲ୍ଲୀ- ଋଷିଆ ଆୟୋଜନ କରୁଥିବା ସୈନ୍ୟ ଅଭ୍ୟାସରେ ଯୋଗ ଦେବନି ଭାରତ । ଚାଇନା ଓ ପାକିସ୍ତାନ ଏଥିରେ ଭାଗ ନେଉଥିବା ଜାଣି ଭାରତ ଏଭଳି ନିଷ୍ପତି ନେଇଛି । ବୈଦେଶିକ ମନ୍ତ୍ରୀ ଏସ ଜୈଶଙ୍କର ଓ ସେନା ମୁକ୍ୟ ବିପିନି ରାୱତଙ୍କ ଉପସ୍ଥିତିରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏଭଳି ନିଷ୍ପତି ନିଆଯାଇଛି । ସେପ୍ଟେମ୍ବର ୧୫ରୁ ୧୭ ତାରିଖରେ ଥିବା ଋଷିଆର ଏହି ଯୁଦ୍ଧାଭ୍ୟାସରେ ୨୦ଟି ଦେଶ ଭାଗ ନେବେ । ଲଦାଖ ସୀମାରେ ଚାଇନା ସହ ଭାରତର ସୀମା ବିବାଦ ଲାଗି ରହିଛି । ତେଣୁ ଏଳଭି ପରିସ୍ଥିତିରେ ଦୁଇ ଶତ୍ରୁ ରାଷ୍ଟ୍ର ସହିତ ଯୁଦ୍ଧାଭ୍ୟାସ କରିବା ପାଇଁ ଭାରତ ଉଚିତ ମଣୁନି । ଭାରତ କହିଛି କରୋନା ସଂକ୍ରମଣ ଆଶଙ୍କା ଥିବାରୁ ସୌନ୍ୟଙ୍କ ସୁରକ୍ଷା ପାଇଁ ଏଭଳି ନିଷ୍ପତି ନିଆଯାଇଛି ।