ଏଣିକି ଜେରା ବେଳେ ସିସିଟିଭି, ଅଡିଓ ରେକର୍ଡିଂ ବାଧ୍ୟତାମୂଳକ


ନୂଆଦିଲ୍ଲୀ: ଦେଶର ସମସ୍ତ ଥାନା ହାଜତ, ସିବିଆଇ, ଏନ୍ଆଇଏ, ପ୍ରବର୍ତନ ନିଦେ୍ର୍ଧଶାଳୟ ଭତି ତଦନ୍ତକାରୀ ସଂସ୍ଥା ଜେରା କରିବାବେଳେ ନାଇଟ୍ ଭିଜନଯୁକ୍ତ ସିସିଟିଭି କ୍ୟାମେରା, ଅଡିଓ ରେକର୍ଡିଂ ବାଧ୍ୟତାମୂଳକ କରିବାକୁ ସୁପ୍ରିମ୍ କୋର୍ଟ ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ଥାନାମାନଙ୍କରେ ସିସିଟିଭି କ୍ୟାମେରା ସହ ଅଡିଓ ରେକର୍ଡିଂ ସିଷ୍ଟମ୍ ଲଗାଯିବାକୁ ସୁପ୍ରିମ୍ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଅଭିଯୁକ୍ତଙ୍କୁ ଜେରା ପାଇଁ ବ୍ୟବହାର କରାଯାଉଥିବା କୋଠରୀ ଓ ହାଜତର ଉଭୟ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରାମାନଙ୍କରେ ସିସିଟିଭି କ୍ୟାମେରା ଲାଗାଇବା ବାଧ୍ୟତାମୂଳକ । କେବଳ ଏତିକି ନୁହେଁ ଲବି, ରିସେପସନ ଅଂଚଳ, ଇନ୍ସପେକ୍ଟର, ଏସଆଇ କୋଠାରୀ ଏବଂ ବାଥରୁମ ବାହାରେ ମଧ୍ୟ ସିସିଟିଭି କ୍ୟାମେରା ଲାଗାଯିବା ଦରକାର । ୬ ମାସ ମଧ୍ୟରେ ଏହି ଆଦେଶକକୁ କାର୍ଯ୍ୟକାରୀ କରିବା ସହିତ ଏସଂକ୍ରାନ୍ତ ରିପୋର୍ଟ ଦାଖଲ କରିବା ଲାଗି ସରକାରଙ୍କୁ କୁହାଯାଇଛି ।
ମାମଲାର ପରବର୍ତୀ ଶୁଣାଣି ଜାନୁଆରୀ ୨୭ ତାରିଖରେ ହେବ । ହଜାତରେ ନିର୍ଯାତନା ଅଭିଯୋଗରେ ଶୁଣାଣି ପାଇଁ ପ୍ରତ୍ୟେକ ଜିଲ୍ଲାରେ ମାନବାଧିକାର କମିସନ କୋର୍ଟ ପ୍ରତିଷ୍ଠା ଲାଗି ମଧ୍ୟ ସର୍ବୋଚ୍ଚ ଅଦାଲତ ନିର୍ଦେଶ ଦେଇଛନ୍ତି । ସେହିଭଳି ଏନ୍ସିବି (ନାର୍କୋଟିକ୍ସ କଂଟ୍ରୋଲ ବୁ୍ୟରୋ,ଡିଆରଏସ ( ରଜସ୍ୱ ଗୁଇନ୍ଦା ନିଦେ୍ର୍ଧଶଳୟ)ରେ ମଧ୍ୟ ସିସିଟିଭି ଲଗାଯିବାକୁ ସୁପ୍ରିମ୍ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଅଡିଓ ରେକର୍ଡିଂ ଗୁଡ଼ିକ ୧୮ ମାସ ପର୍ଯ୍ୟନ୍ତ ସଂରକ୍ଷସିତ ରହିବା ଜରୁରୀ ବୋଲି କୋର୍ଟ କହିଛନ୍ତି । ରାଜ୍ୟମାନେ ଆସନ୍ତା ୬ ସପ୍ତାହ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବାକୁ କୋର୍ଟ କହିଛନ୍ତି । ସୁପ୍ରିମ୍ କୋର୍ଟଙ୍କ ଏହି ରାୟ ପରେ କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ସରକାରମାନେ ଅଧିକ ଡାଟା ସମ୍ବଳିତ ଏବଂ ଶକ୍ତିଶାଳୀ ସିସିଟିଭି କ୍ୟାମେରା କିଣିବେ । ଏଥବପାଇଁ ପାଣ୍ଠି

Leave A Reply

Your email address will not be published.

four × five =