ନୂଆଦିଲ୍ଲୀ- ଚୀନକୁ ମୁକାବିଲା କରିବା ପାଇଁ ଆର୍ନ୍ତଜାତୀୟ ସୀମାରେଖା ଇଲାକାରେ ୩୫ ହଜାର ଅତିରିକ୍ତ ଯବାନ ମୁତୟନ କଲା ଭାରତ । ସୂଚନା ଯୋଗ୍ୟଯେ ଭାରତ ଓ ଚୀନ  ମଧ୍ୟରେ ୩୪୮୮ କିଲୋମିଟର ଦୀର୍ଘ ସୀମାନ୍ତ ବର୍ତି ଅଂଚଳ ରହିଛି ।  ଚୀନ ବାରମ୍ବାର ହମଲା କରୁଥିବାରୁ  ଭାରତ ୩୫ ହଜାର ଅତିରିକ୍ତ ସେନା ମୁତୟନ କରିବାକୁ ବାଧ୍ୟ ହୋଇଛି । ଗତ ଜୁନ ୧୫ରେ  ଲଦାଖର ଗଲୱାନ ଘାଟିରେ ଭାରତ ଓ ଚୀନ ସେନା ମୁହଁମୁହିଁ ହୋଇଥିବା ବେଳେ ଏଥିରେ ୨୦ ଭାରତୀୟ ଯବାନ ନିହତ ହୋଇଥିଲେ । ସେହିଦିନ ଠାରୁ  ଉଭୟ ଦେଶ ମଧ୍ୟରେ ଉତେଜନା ଲାଗି ରହିଛି ।
 
			