ନୂଆଦିଲ୍ଲୀ: ମହାନଦୀ ଜଳବିବାଦ ମାମଲାରେ ଆଜି ସନ୍ଧ୍ୟାରେ ଓଡ଼ିଶା ଓ ଛତିଶଗଡର ବୈଷୟିକ ଅଧିକାରୀସ୍ତରୀୟ ବୈଠକ ବିଫଳ ହୋଇଛି । ଭିଡିଓ କନ୍ଫରେନ୍ସିଂ ଜରିଆରେ ହୋଇଥିବା ବୈଠକରେ ଓଡ଼ିଶାର ପ୍ରସ୍ତାବଗୁଡ଼ିକୁ ଛତିଶଗଡ଼ ସିଧାସଳଖ ଅଗ୍ରାହ୍ୟ କରିଦେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ବୈଠକରେ ଉଭୟ ପକ୍ଷରୁ ୫ ଜଣ ଲେଖାଏଁ ବୈଷୟିକ ଅଧିକାରୀ ଆଲୋଚନାରେ ସାମିଲ ଥିଲେ । ଓଡିଶା ଦ୍ୱାରା ଅଣମୌସୁମୀ ଋତୁରେ ନିର୍ଦ୍ଧିଷ୍ଟ ପରିମାଣର ଜଳପ୍ରବାହକୁ ଅବ୍ୟାହତ ରଖିବା, ଛତିଶଗଡ଼ ଦ୍ୱାରା ମହାନଦୀର ଉପରମୁଣ୍ଡରେ ବେଆଇନ ଭାବେ ନିର୍ମାଣ କରାଯାଇଥିବା ପ୍ରକଳ୍ପଗୁଡ଼ିକ ଉପରେ ରୋକ ଲଗାଇବା ଭଳି କିଛି ପ୍ରସ୍ତାବଗୁଡିକ ବିଚାର କରିବା ପାଇଁ ଛତିଶଗଡ଼ ନିକଟରେ ଦାବି ଉପସ୍ଥାପନ କରାଯାଇଥିଲା । ହେଲେ ଛତିଶଗଡ଼ର ବୈଷୟିକ ଅଧିକାରୀମାନେ ଓଡ଼ିଶାର କୌଣସି ଗୋଟିଏ ପ୍ରସ୍ତାବକୁ ଗ୍ରହଣ କରିବା ସପକ୍ଷରେ ନଥିଲେ । ସେମାନେ ନିଜର ତର୍କ ରଖିବା ସହିତ ଜିଦ୍ରେ ଅଟଳ ରହିବା କାରଣରୁ ବୈଠକରେ କୌଣସି ନିଷ୍କର୍ଶ ବାହାରି ପାରିନଥିଲା । ଏପରିକି ଓଡ଼ିଶା ଦୁଇ ରାଜ୍ୟର ସଚିବସ୍ତରୀୟ ବୈଠକ ଡାକିବା ପାଇଁ ଦାବି କରିଥିଲେ ମଧ୍ୟ ଛତିଶଗଡ ଓଡ଼ିଶାର ପ୍ରସ୍ତାବକୁ ଗ୍ରହଣ କରିବା ସପକ୍ଷରେ ନଥିଲେ । ସେମୋନେ ନିଜର ତର୍କ ରଖିବା ସହିତ ଜିଦ୍ରେ ଅଟଳ ରହିବା କାରଣରୁ ବୈଠକରେ କୌଣସି ନିଷ୍କର୍ଶ ବାହାରି ପାରିନଥିଲା । ଏପରିକି ଓଡ଼ିଶା ଦୁଇ ରାଜ୍ୟର ସଚିବସ୍ତରୀୟ ବୈଠକ ଡାକିବା ପାଇଁ ଦାବି କରିଥିଲେ ମଧ୍ୟ ଛତିଶଗଡ଼ ଓଡ଼ିଶାର ପ୍ରସ୍ତାବକୁ ଗ୍ରହଣ କରିନଥିଲା । ଆସନ୍ତା ୭ ତାରିଖରେ ମହାନଦୀ ଟ୍ରିବୁ୍ୟନାଲରେ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ଥିବା ବେଳେ ଓଡ଼ିଶା ଓ ଛତିଶଗଡ଼ର ବୈଷୟିକ ଅଧିକାରୀମାନେ ପୁଣି ଥରେ ବୈଠକ କରିବା ସମ୍ଭାବନା ରହିଛି । ହେଲେ ବୈଠକ କେବେ ହେବ ସେନେଇ କୌଣସି ନିର୍ଦ୍ଧିଷ୍ଟ ତାରିଖ ସମ୍ପର୍କରେ ସୂଚନା ମିଳିପାରିନାହିଁ । ସେପଟେ ଓଡ଼ିଶା ସଚିବସ୍ତରୀୟ ବୈଠକ ଡାକିବା ଜିଦ୍ରେ ଅଟଳ ରହିଛି । ଉଲ୍ଲେଖଯୋଗ୍ୟ ଯେ ମହାନଦୀ ଜଳବିବାଦ ଟ୍ରିବୁ୍ୟନାଲରେ ମୂଳ ମାମଲାର ଶୁଣାଣି ଜାରି ରହିଛି । ଏଭଳି ସ୍ଥିତିରେ ଅନ୍ତରୀଣ ନିଦେ୍ର୍ଧଶ ଜାରି କରିବା ପାଇଁ ଓଡ଼ିଶାା ଦ୍ୱାରା ଅକ୍ଟୋବର ୨୦୧୮ରେ ମଧ୍ୟବର୍ତୀକାଳୀନ ଆବେଦନ ଦାଖଲ କରାଯାଇଥିଲା । ୨୦୧୯ ଫେବ୍ରଆରି ୯ ତାରିଖରେ ଟ୍ରିବୁ୍ୟନାଲ ମଧ୍ୟବର୍ତିକାଳୀନ ଆବେଦନର ଶୁଣାଣି ଶେଷ କରି ରାୟ ଶୁଣାଣିବା ପୂର୍ବରୁ ଦୁଇ ରାଜ୍ୟକୁ ଆପୋସ ଆଲୋଚନା ଜରିଆରେ ବିବାଦୀୟ ପ୍ରସଙ୍ଗଗୁଡ଼ିକର ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେ । ତଦନୁସାରେ, ଅଧିକାରୀସ୍ତରୀୟ ଓ ଆଡଭୋକେଟ୍ ଜେନେରାଲ ସ୍ତରୀୟ ବୈଠକ ହୋଇଥିଲା । କିନ୍ତୁ ସମସ୍ତ ବୈଠକ ବିଫଳ ହୋଇଥିଲା ।