ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜ୍ୟସଭା ସାଂସଦ ତଥା ବିଜେପି ନେତା ଅଶୋକ ଗାସ୍ତିଙ୍କର ଆଜି ଦେହାନ୍ତ ହୋଇଛି । ସେ ବାଙ୍ଗାଲୋରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ଅଶୋକ ଗାସ୍ତିଙ୍କ ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୋକ ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ କରି ଲେଖିଛନ୍ତି, ରାଜ୍ୟସଭା ସାଂସଦ ଅଶୋକ ଗସ୍ତୀଙ୍କ ଦେହାନ୍ତରେ ମୁଁ ମର୍ମାହତା ସେ ଜଣେ ନମ୍ର ବ୍ୟକ୍ତି ତ୍ୱ ଥିଲେ । ଏଭଳି ପୃଷ୍ଠଭୂମିରୁ ଆସି ସେ ନିଜ ଲୋକଙ୍କ ନେତା ହୋଇଥିଲେ । ସେ ଅତ୍ୟନ୍ତ ପରିଶ୍ରମୀ ଏବଂ ସମାଜ ସେବା କରିବା ତାଙ୍କର ଉଦେ୍ଧଶ୍ୟ ଥିଲା ।