କରୋନାରେ ସୋଲୀ ସୋରାବାଜୀଙ୍କ ଦେହାନ୍ତ

ନୂଆଦିଲ୍ଳୀ: କରୋନାରେ ଆକ୍ରାନ୍ତ ଖ୍ୟାତନାମା ଆଇନ୍ଜୀବୀ ତଥା ଦେଶର ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲୀ ସୋରାବଜୀଙ୍କ ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା ।
ସୋରାବାଜୀ ୧୯୮୯ ରୁ ୧୯୯୦ ପର୍ଯ୍ୟନ୍ତ ଆଟର୍ଣ୍ଣି ଜେନେରାଲ ଥିଲେ । ଏହା ପରେ ସେ ୧୯୯୮ ରୁ ୨୦୦୪ ପର୍ଯ୍ୟନ୍ତ ଏହି ଦାୟିତ୍ୱ ଗ୍ରହଣ କରିଥିଲେ । ସୋଲି ସୋରାବାଜୀଙ୍କ ସମ୍ପୂର୍ଣ୍ଣ ନାମ ହେଉଛି ସୋଲି ଜାହାଙ୍ଗୀର ସୋରାବାଜୀ । ତାଙ୍କୁ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ସୋଲି ସୋରାବାଜୀଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋଲୀ ସୋରାବାଜୀଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ୍ ଟୁଇଟ୍ରେ ରାଷ୍ଟ୍ରପତି କହିଛନ୍ତି, ଆମେ ଭାରତର ଆଇନ୍ ବ୍ୟବସ୍ଥାର ଜଣେ ଅନନ୍ୟ ବ୍ୟକ୍ତିତ୍ୱଙ୍କୁ ହରାଇଛୁ । ସେ ସାମ୍ବିଧାନିକ, ଆଇନ୍ ଏବଂ ନ୍ୟାୟ ବ୍ୟବସ୍ଥାକୁ ଗଭୀର ଭାବେ ଅନୁଶୀଳନ କରିଥିବା କେତେକ ବ୍ୟକ୍ତତ୍ୱଙ୍କ ମଧ୍ୟରୁ ଜଣେ ଥିଲେ ।

Leave A Reply

Your email address will not be published.

three × five =