କରୋନା ଚିକିତ୍ସାରେ ‘ରିଜେନରନ୍ ଆଂଟିବଡି’କୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ପ୍ରାରମ୍ବିକ କୋଭିଡ-୧୯ ଲକ୍ଷଣ ଚିକିତ୍ସାରେ ‘ରିଜେନ୍ରନ୍ ଫାର୍ମାସୁ୍ୟଟିକାଲ୍’ର ଆଂଟିବଡି କକ୍ଟେଲ୍’ ପ୍ରୟୋଗ କରିବାକୁ ଯୁକ୍ତରାଷ୍ଟ୍ର ଆମେରିକାର ଡ୍ରଗ୍ ରେଗୁଲେଟର’ ଅନୁମତି ପ୍ରଦାନ କରିଛନ୍ତି । ଫଳରେ କୋଭିଡ-୧୯ ଉପଚାର ନିମନ୍ତେ ଚିକିତ୍ସାମାନଙ୍କ ସମ୍ବଳ ଆହୁରି ପ୍ରସାରିତ ହୋଇଛି । ଅକ୍ଟୋବର ମାସରେ କରୋନାଭାଇରସ ସଂସ୍ପର୍ଶରେ ଆସିଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏହି ଔଷଧ ଦିଆଯାଇଥିଲା । ଦୁଇଟି ମନୋକ୍ଲୋନାଲ୍ ଆଂଟିବଡି ଥିବା ଏହି ଔଷଧ କରୋନାଭାଇରସ୍ର ପ୍ରୋଟିନ୍ ସ୍ପାଇକ୍ କୁ ଆକ୍ରମଣ କରି ନଷ୍ଟ କରିଦିଏ । ଏହି ପ୍ରୋଟିନ୍ ସ୍ପାଇକ୍ ସାହାର୍ଯ୍ୟରେ ହିଁ ଭୂତାଣୁ ଜୀବକୋଷ ମଧ୍ୟକୁ ପ୍ରବେଶ କରେ । ଟ୍ରମ୍ପଙ୍କ ଡାକ୍ତରମାନଙ୍କ ଅନୁରୋଧକ୍ରମେ ରିଜେନ୍ରନ୍ ଟ୍ରମ୍ପଙ୍କ ଚିକିତ୍ସା ନିମନ୍ତେ ଏହି ଔଷଧ ଦେଇଥିଲା । କାରଣ ସେତେବେଳେ ନୈଦାନିକ ପରୀକ୍ଷା ବ୍ୟତିରେକେ ସାଧାରଣ ଲୋକଙ୍କ କ୍ଷେତ୍ରରେ ଏହାର ପ୍ରୟୋଗ ପାଇଁ ଅନୁମତି ନଥିଲା । ଶନିବାର ଦିନ ଏକ ବିବୃତିରେ ଯୁକ୍ତରାଷ୍ଟ୍ର ଆମେରିକାର ଫୁଡ ଆଣ୍ଡ ଡ୍ରଗ୍ ଆଡ୍ମିନିଷ୍ଟ୍ରସନ କହିଛି, କୋଭିଡ-୧୯ ଆକ୍ରାନ୍ତ ରୋଗୀମାନଙ୍କର ନୈଦାନିକ ପରୀକ୍ଷାରେ କେସିରାଇବିମ୍ୟାବ୍ ଏବଂ ଇମ୍ଡେବିମ୍ୟାବ୍ କୁ ଏକତ୍ର ପ୍ରୟୋଗ କରି ଦେଖାଯାଇଛି ଯେ, ଏହା ଡାକ୍ତରଖାନା ଯିବା ଭଳି ଜରୁରୀ ପରିସ୍ଥିିତିକୁ ଅନେକ ପରିମାଣରେ ହ୍ରାସ କରିପାରୁଛି । ଆକ୍ରାନ୍ତଙ୍କ ଶରୀରରେ ଭୂତାଣୁରୁ ପରିମାଣ ହ୍ରାସ କରାଇ ପାରୁଥିବାରୁ ଏହାକୁ ଡାକ୍ତରଖାନା ବାହାରେ ବ୍ୟବହାର କରାଯାଇ ପାରିବ ବୋଲି ଅକ୍ଟୋବର ମାସରେ କରାଯାଇଥିବା ପରୀକ୍ଷାରୁ ଜଣାପଡିଛି ।

Leave A Reply

Your email address will not be published.

four + 6 =