କରୋନା ପାଇଁ ବଢି ଚାଲିଛି ଋଣ ଭାର

ନୂଆଦିଲ୍ଲୀ: କରୋନା ପାଇଁ ଖାଲି ସାଧାରଣ ଲୋକ ନୁହେଁ ସରକାର ମଧ୍ୟ ଅଡୁଆରେ । ଅର୍ଥ ମନ୍ତ୍ରାଣଳୟର ରିପୋର୍ଟରୁ ଏହି ସୂଚନା ମିଳିଛି । ରିପୋର୍ଟ ଅନୁଯାୟୀ, ଜୁନ୍ ୨୦୨୦ ଶେଷ ସୁଦ୍ଧା ୧୦୧୦୧.୩ ଲକ୍ଷ କୋଟିକ କରଜ ବୃଦ୍ଧି ପାଇଛି । ମାର୍ଚ୍ଚ ୨୦୨୦ ସୁଦ୍ଧା ଏହି ଋଣ ୯୪.୬ ଲକ୍ଷ କୋଟି ଟଙ୍କା ଥିଲା । କରୋନା ପାଇଁ ଲକ୍ଡାଉନ୍ ହେବା ପରଠାରୁ କ୍ରମାଗତ ଭାବେ ଏହି ବଢି ଚାଲିଛି । ଚଳିତ ବର୍ଷ ଜୁନ୍ ୨୦୧୯ରେ ଏହି ଋଣ ୮୮,୧୮ ଲକ୍ଷ କୋଟି ଥିଲା । ଅର୍ଥ ମନ୍ତ୍ରାଳୟ ଜାରି କରିଥିବା ରିପୋର୍ଟରେ ଏହା ଜଣାପଡିଛି । ଏହି ରିପୋର୍ଟ ଅନୁଯାୟୀ, ସରକାରଙ୍କ ମୋଟ ଦେୟରେ ଜନସାଧାରଣଙ୍କ ଅଂଶ ହେଉଛି ୯୧.୧ ପ୍ରତିଶତ । ଏପ୍ରିଲ-ଜୁନ୍ ମାସରେ ଦାୟୀତା ୭.୧ ପ୍ରତିଶତ ବୃଦ୍ଧି ଏପ୍ରିଲ-ଜୁନ୍ରେ ସରକାରଙ୍କ ଋଣ ହାର ୭.୧ ପ୍ରତିଶତ ବୃଦ୍ଧି ପାଇଛି । ଗତ ବର୍ଷ ସମାନ ଅବଧିରେ ୦.୮ ପ୍ରତିଶତ ଥିଲା । ସରକାରଙ୍କ ମୋଟ ଋଣ ବର୍ଷେ ପୂର୍ବରୁ କିମ୍ବା ଜୁନ୍ ୨୦୧୯ ଶେଷରେ ୮୮.୧୮ ଲକ୍ଷ କୋଟି ଟଙ୍କା ଥିଲା । କେବଳ ଜୁନ୍ ମାସରେ ସରକାର ପ୍ରାୟ ୩.୪୬,୦୦୦କୋଟି ଋଣ ସୁରକ୍ଷା ପ୍ରଦାନ କରିଛନ୍ତି । ହେଲେ ବର୍ଷେ ପୂର୍ବେ ସମାନ ଅବଧିରେ ୨,୨୧, ୦୦୦ କୋଟି ଟଙ୍କା ମୂଲ୍ୟର ସିକ୍ୟୁରିଟି ଜାରି କରିଥିଲେ । ଏହି ସମୟ ମଧ୍ୟରେ ବାଣିଜ୍ୟକ ବ୍ୟାଙ୍କଗୁଡିକରେ ୩୯ ପ୍ରତିଶତ ଏବଂ ବୀମା କମ୍ପାନୀଗୁଡିକରେ ୨୬.୨ ପ୍ରତିଶତ ଅଂଶଧନ ରଖିଥିଲେ ସରକାର ।

Leave A Reply

Your email address will not be published.

15 − one =