କରୋନା ଭୟ ପାଇଁ ଦିନରେ ଗାଁ ଛାଡି ଜଙ୍ଗଲକୁ ପାଳାଉଛନ୍ତି ଲୋକମାନେ

ଜୟପୁର: କରୋନା ଭୟ ପାଇଁ ଦିନରେ ଗାଁ ଛାଡି ପାଳାଉଛନ୍ତି ଲୋକମାନେ । ଆଉ ସନ୍ଧ୍ୟାରେ ପୁଣି ଗାଁ କୁ ଫେରି ଆସୁଛନ୍ତି । ରାତି କାଟିବା ପରେ ସକାଳ ହେଲେ ପୁଣି ଜଙ୍ଗଲକୁ ଯାଉଛନ୍ତି । ଜଙ୍ଗଲରେ ଦିନ ଯାକ ରୋଷେଇ କରି ହୋମ ଯଜ୍ଞ କରୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନ-ମଧ୍ୟପ୍ରଦେଶ ସୀମାନ୍ତ ଏକ ଗାଁରେ । ମିଳିଥିବା ସୂଚନା ମୁତାବକ ମଧ୍ୟପ୍ରଦେଶ ସୀମାବର୍ତ୍ତୀ ରାଜସ୍ଥାନର ଝାଲାୱାର ଜିଲ୍ଲାର ଗ୍ରାମବାସୀଙ୍କ ମଧ୍ୟରେ କରୋନାକୁ ନେଇ ଭୟ ଏତେ ମାତ୍ରାରେ ବଢିଯାଇଛି ଯେ ସେମାନେ ଘର ଛାଡି ଜଙ୍ଗଲକୁ ଯିବା ଆରମ୍ଭ କରିଛନ୍ତି । କରୋନାର ଦ୍ୱିତୀୟ ଲହାରୀରେ ମଙ୍ଗଳବାର ଦିନ ଝାଲୱାର ଜିଲ୍ଲଶରେ ୫୦୫ ଜଣ ନୂତନ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବାବେଳେ ଅକାଳରେ କିଛି ଲୋକଙ୍କ ଚୀବନ ଯାଉଛି । ଆଊ ଏଭଳି ସ୍ଥିତିକୁ ଦେଖି ଗ୍ରାମଞ୍ଚଳର ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସୂଚନା ମୁତାବକ, ଜିଲ୍ଲାର ଡଗ ଅଞ୍ଚଳର ଗ୍ରାମବାସୀମାନେ ଗ୍ରାମାଞ୍ଚଳରେ କରୋନାକୁ ରୋକିବା ପାଇଁ ଚିକିତ୍ସା ବ୍ୟତୀତ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରିବାରେ ଲାଗିପଡିଛନ୍ତି । ଗ୍ରାମବାସୀମାନେ ସମଗ୍ର ଗାଁ ଖାଲି କରିବା ପରେ ଜଙ୍ଗଲକୁ ଯାଉଛନ୍ତି । ସେଠାରେ ସେମାନେ ଦିନସାରା ପୂଜାର୍ଚ୍ଚନା କରୁଛନ୍ତି । ଜଙ୍ଗଲ ଭିତରେ ହୋମ ଯଜ୍ଞ କରାଯାଉଥିବା ବେଳେ ଗାଁର ମହିଳାମାନେ ଜଙ୍ଗଲରେ ରୋଷେଇ ବାସ କରୁଛନ୍ତି । ଏଥିସହିତ ଭଜନ କିର୍ତ୍ତନ କରି କରୋନାକୁ ଘଉଡାଇବା ପାଇଁ ପ୍ରାର୍ଥନା କରାଯାଉଛି । ଗ୍ରାମବାସୀମାନେ ସୂର୍ଯ୍ୟୋଦୟ ପୂର୍ବରୁ ଜଙ୍ଗଲକୁ ଯାଇ ସୂର୍ଯ୍ୟୋସ୍ତବେଳକୁ ଫେରିଆସୁଛନ୍ତି । ଗ୍ରାମବାସୀ କହିଛନ୍ତି ଯେ ଗାଁରେ କାହାକୁ ପ୍ରବେଶ ଅନୁମତି ଦିଆଯାଇ ନାହିଁ କିମ୍ବା କାହାକୁ ଗାଁ ବାହାରକୁ ଯିବାକୁ ଅନୁମତି ନାହିଁ । ଏଥିପାଇଁ ବିଶେଷକରି ଗାଁର

Leave A Reply

Your email address will not be published.

4 × 2 =