କରୋନା ମୁକାବିଲା : ନବୀନ-ମୋଦୀ ଆଲୋଚନା

ନୂଆଦିଲ୍ଲୀ : କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ପ୍ରଶାସକଙ୍କ ସହ ଆଲୋଚନା କରିବେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଆଲୋଚନା ଅନୁଷ୍ଠିତ ହେବ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ପ୍ରଶାସକଙ୍କ ସହ ଆଲୋଚନା କରିଥିଲେ।  ପ୍ରଧାନମନ୍ତ୍ରୀ ଜୀବନ ଓ ଜୀବିକା, ସ୍ୱାସ୍ଥ୍ୟ ଭିତ୍ତିଭୂମି, ଟେଷ୍ଟିଂ ଓ ଟ୍ରେସିଂ ସହିତ ଅର୍ଥନୈତିକ କାର୍ୟ୍ୟକଳାପ ବୃଦ୍ଧି ଉପରେ ଗୁରୁତ୍ୱ ଆରୋପ କରିଛନ୍ତି।  ମୁହଁରେ ମାସ୍କ ନ ଦେଇ କେହି ବାହାରକୁ ଯିବା ଉଚିତ ନୁହେଁ। ଏହା କେବଳ ବ୍ୟକ୍ତିଗତ ସୁରକ୍ଷା ନୁହେଁ, ବରଂ ପରିବାର ତଥା ସମଗ୍ର ରାଷ୍ଟ୍ରର ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ।

Leave A Reply

Your email address will not be published.

18 + 15 =