କରୋନା ମୃତ୍ୟୁ ବିଶ୍ୱରେ ଟପିଲା ୧୦ ଲକ୍ଷ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୧୦ ଲକ୍ଷ ଟପିଯାଇଛି । ଆମେରିକା, ଭାରତ, ବ୍ରାଜିଲ୍ରେ ଲଗାତାର ସଂକ୍ରମଣ ବଢ଼ିଚାଲିଛି । ୫୪୦୦ରୁ ଅଧିକ ଲୋକ ପ୍ରତିଦିନ କରୋନାରେ ପ୍ରାଣ ହରାଉଛନ୍ତି । ଏହାର ଅର୍ଥ ପ୍ରତି ଘଂଟାରେ ୨୨୬ ଜଣଙ୍କ ଜୀବନ ଯାଉଛି ଏବଂ ପ୍ରତି ୧୬ ସେକେଣ୍ଡରେ ଜଣଙ୍କ ଜୀବନ ଯାଉଛି । ଇତିମଧ୍ୟରେ ବିଶ୍ୱରେ ମୋଟ୍ ସଂକ୍ରମଣ ୩ କୋଟି ୩୬ ଲକ୍ଷ ଟପିଥିବା ବେଳେ ଭାରତିରେ ସଂକ୍ରମଣ ମାମଲା ୬୧ ଲକ୍ଷ ରହିଛି । ଆମେରିକା ପରେ ଭାରତ ଦ୍ୱିତୀୟ କରୋନା ପ୍ରଭାବିତ ରାଷ୍ଟ୍ର । ଆମେରିକାରେ ସର୍ବାଧିକ ୨ ଲକ୍ଷ ୫ ହଜାର ୮୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଭାରତରେ ୯୬ ହଜାର ୩୧୮ ଏବଂ ବ୍ରାଜିଲ୍ରେ ୧ ଲକ୍ଷ ୪୨ ହଜାର ୫୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । କଲମ୍ବିଆରେ ୮ ଲକ୍ଷ ୧୮ ହଜାର ୨୦୩ ମାମଲା ଥିବାବେଳେ ୨୫ ହଜାର ୬୪୧ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଭାରତରେ ଆରୋଗ୍ୟ ହର ବୃଦ୍ଧି ପାଇ ୮୩ ପ୍ରତିଶତ ଅତିକ୍ରମ କରିଛି ।

Leave A Reply

Your email address will not be published.

6 + 8 =