ବେଙ୍ଗାଲୁରୁ: ମହାମାରୀ କରୋନାର ଦ୍ୱିତୀୟ ସଂକ୍ରମଣ ଏବେ ବିଶ୍ୱର ଅନେକ ରାଷ୍ଟ୍ର ଲଢେଇ ଜାରି ରଖିଥିବା ବେଳେ ମୃତ୍ୟୁ ସଂଖ୍ୟା ପ୍ରକଶକୁ ନେଇ ବିଭ୍ରାନ୍ତି ଦେଖିବାକୁ ମିଳିଛି । ଅନେକ ଦେଶରେ କରୋନା ଆକ୍ରାନ୍ତଙ୍କ ପ୍ରକୃତ ସଂଖ୍ୟା ଏବଂ ମୃତକଙ୍କ ସଂଖ୍ୟା ଠିକ୍ରେ ସେମାନଙ୍କ ପରିସଂଖ୍ୟାନରେ ପ୍ରଦର୍ଶିିତ ହେଉନାହିଁ ବୋଲି ୱାସିଂଟନ୍ ବିଶ୍ୱବିଦ୍ୟାଳୟର ଇନ୍ଷ୍ଟିଚ୍ୟୁଟ୍ ଫର ହେଲ୍ଥ ମେଟ୍ରିକ୍ସ୍ ଆଣ୍ଡ ଇଭାଲ୍ୟୁସନ୍ (ଆଇଏଚ୍ଏମ୍ଇ) ପକ୍ଷରୁ ଦାବି କରାଯାଇଛି ।
ଉକ୍ତ ସଂସ୍ଥା ଦ୍ୱାର ସଂଘଟିତ ‘ପ୍ରକୃତ କରୋନା ମୃତକଙ୍କ ପରିଗଣନା’ ନାମକ ଅନୁଧ୍ୟାନ ଅନୁଯାୟୀଳ ଭାରତ ଓ ଆମେରିକାରେ ସରକାରୀ ଭାବେ ଘୋଷିତ କରୋନା ମୃତକଙ୍କ ମଧ୍ୟରେ ୭.୭ ଲକ୍ଷ ସଂଖ୍ୟକ ପ୍ରକୃତ ମୃତକ ସ୍ଥାନ ପାଇନଥିବା କୁହାଯାଇଛି । ସେଥିରୁ ଆମେରିକା ତାଲିକାରେ ୩.୪ ଲକ୍ଷ ମୃତକ ଗାଏବ୍ ହୋଇଯାଇଥିବା ବେଳେ ଭାରତରେ ମଧ୍ୟ ୪.୩ ଲକ୍ଷ ମୃତକ ସରକାରୀ ତାଲିକାଭୁକ୍ତ ହୋଇନାହାନ୍ତି ।
ସେହିପରି ଋଷିଆରେ ସର୍ବାଧିକ ୪.୮୪ ଲକ୍ଷ ମୃତକ ଲୋକଲୋଚନକୁ ଆସିନଥିବା କୁହାଯାଇଛି ।
ସୂଚନା ଥାଉକି, ଅଧିକ କୋଭିଡ୍ ମୃତ୍ୟୁକୁ ବହନ କରିଥିବା ବିଶ୍ୱର ଶୀର୍ଷ ୬ଟି ଦେଶ ମଧ୍ୟରୁ ସେ ସଂକ୍ରାନ୍ତ ସୂଚନା ଦେବାରେ ୟୁକେ ଶ୍ରେଷ୍ଠ ବିବେଚିତ ହୋଇଥିବା ବେଳେ ଷଷ୍ଠ ସ୍ଥାନରେ ଋଷିଆ ରହିଛି । ସେମାନଙ୍କ ମଧ୍ୟରେ ଭାରତ, ଆମେରିକା, ମେକ୍ସିକୋ, ବ୍ରାଜିଲ୍, ୟୁକୋ ଓ ଋଷିଆରେ ଘୋଷିତ କରୋନା ମୃତ୍ୟୁ ଯଥାକ୍ରମେ (୨,୨୧,୧୮୧), ୫,୭୪,୦୪୩), (୨,୧୭,୬୯୪), ୪,୦୮,୬୮୦), (୧,୫୦,୫୧୯), ଓ ୧,୦୯,୩୩୪) ରହିଥିବା ବେଳେ ପ୍ରକୃତ ମୃତ୍ୟୁ ଯଥାକ୍ରମେ (୬,୫୪,୩୯୫),(୯,୦୫,୨୮୯), (୬,୧୭,୧୨୭), ୫,୯୫,୯୦୩), (୨, ୦୯,୬୬୧), ଓ (୫,୯୩,୬୧୦) ହୋଇଥିବ ବୋଲି ଆଇଏଚ୍ଏମ୍ଇ ପକ୍ଷରୁ ଆକଳନ କରାଯାଇଛି ।