କରୋନା ରୋଗୀଙ୍କ ପାଇଁ ଏସ୍‌ବିଆଇର ସ୍ୱତନ୍ତ୍ର ଋଣ ଯୋଜନା

ନୂଆଦିଲ୍ଳୀ: କରୋନା ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାଲାଗି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍‌ବିଆଇ) ‘କବଚ ପର୍ସନାଲ ଲୋନ ’ ନାମରେ ଏକ ଋଣ ଯୋଜନା ପ୍ରସ୍ତୁତ କରିଛି । ଏହି ଯୋଜନାରେ କମ୍ ସୁଧହାରରେ କରୋନା ସଂକ୍ରମିତ ଋଣ ନେଇ ଚିକିତ୍ସିତ ହୋଇପାରିବେ । ବ୍ୟାଙ୍କର ସୂଚନା ମୁତାବକ ଏହି ସ୍କିମରେ ଜଣେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବ । ଏସବିଆଇର ଚେୟାରମ୍ୟାନ ଦୀନେଶ ଖ୍ୱାରୀ କହିଛନ୍ତି କି “ଏସବିଆଇ ଏହି ସ୍କିମ୍ ଲଂଚ କରି ବେସ୍ ଖୁସି ଅଛି । ଏହି ସ୍କିମ୍ ମାଧ୍ୟମରେ ସାଧାରଣ ଲୋକ କମ୍ ସୁଧରେ ଋଣ ନେଇ ନିଜର କିମ୍ବା ପରିବାର ଲୋକଙ୍କର କରୋନା ଚିକିତ୍ସା କରାଇପାରିବେ” ।
ସେପଟେ ବ୍ୟାଙ୍କ ତରଫରୁ ସ୍ପଷ୍ଟ କରାଯାଇଛି କି ଏହି ଋଣ ପାଇଁ ଋଣଧାରକ ବ୍ୟାଙ୍କକୁ କିଛି ବି ବନ୍ଧକ ଦେବାକୁ ପଡିବ ନାହିଁ । ଏହି ଯୋଜନାରେ ସର୍ବାଧିକ ୫ ଲକ୍ଷ ସର୍ବନିମ୍ନ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ ଓ ତାହାକୁ ଋଣ ଧାରକ ୫ ବର୍ଷ ପର୍ଯ୍ୟନ୍ତ ସୁଝିବାର ସୁବିଧା ରହିଛି । ଏହି ଋଣ ଉପରେ ଋଣଧାରକଙ୍କୁ ବାର୍ଷିକ ୮.୫ ପ୍ରତିଶତ ହାରରେ ସୁଧ ଦେବାକୁ ପଡିବ । ଅନ୍ୟପଟେ ଲୋନ ଉପରେ ମୋରେଟୋରିୟମ ଅବଧି ରହିଛି । ଏହି ଋଣ ଯୋଜନାର ଲାଭ ଦରମା ପ୍ରାପ୍ତ, ପେନସନ ଭୋଗୀ ଓ ସାଧାରଣ ଲୋକ ନେଇପାରିବେ । ଏହି ଋଣ ପାଇଁ ଆପଣ ଅନଲାଇନରେ ଆବେଦନ କରିପାରିବେ । ବ୍ୟାଙ୍କ ତରଫରୁ କୁହାଯାଇଛି କି, କରୋନାରେ ପିଡୀତ ଲୋକମାନଙ୍କୁ ଆର୍ôଥକ ସହାୟତା ଯୋଗାଇଦେବା ଲକ୍ଷରେ ଏଭଳି ଋଣ ଯୋଜନା ଲଂଚ କରାଯାଇଛି ।

Leave A Reply

Your email address will not be published.

3 × 5 =