ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଭାରତକୁ ‘ଗୁଗଲ୍’ ୧୩୫ କୋଟି ଟଙ୍କା ସହାୟତା ଦେବ ବୋଲି ଘୋଷଣା କରିଛି । କମ୍ପାନିର ଦାତବ୍ୟ ସଂସ୍ଥାନ ‘ଗୁଗଲ୍ ଡଟ୍ ଓଆର୍ଜି’ରୁ ଦୁଇଟି ଅନୁଦାନ ସମେତ ଭାରତକୁ ଏହି ଅର୍ଥରାଶି ପ୍ରଦାନ କାରାଯିବ । ଏହି ଅନୁଦାନର ସମୁଦାୟ ଅର୍ଥରାଶି ହେଉଛି ୨୦ କୋଟି ଟଙ୍କା ।
ପ୍ରଥମ ପାଣ୍ଠିଟି ‘ଗିଭ୍ଇଣ୍ଡିଆ’କୁ ଏବଂ ଦ୍ୱିତୀୟଟି ‘ୟୁନିସେଫ୍’କୁ ପ୍ରଦାନ କରାଯିବ । କୋଭିଡ-୧୯ ଦ୍ୱାରା ପ୍ରଭାବିତ ପରିବାରମାନଙ୍କୁ ସାହାର୍ଯ୍ୟ କରିବା ଲାଗି ଡାକ୍ତରୀ ସାମଗ୍ରୀ ଖରିଦ କରିବା ପାଇଁ ଉପରୋକ୍ତ ଦୁଇ ପ୍ରତିଷ୍ଠାନ ଭାରତକୁ ସହଯୋଗ କରିବେ । କେବଳ କମ୍ପାନି ନୁହେଁ, ‘ଗୁଗଲ୍ର’ ବୋଲି କୁହାଯାଉଥିବା ‘ଗୁଗଲ୍’ର ୯୦୦ରୁ ଅଧିକ କର୍ମଚାରୀ ମଧ୍ୟ ଏହି ପାଣ୍ଠିକୁ ଆର୍ଥିକ ସହାୟତା ଦେଇଛନ୍ତି ।
ଏକ ପୋଷ୍ଟର ‘ଗୁଗଲ୍’ ଘୋଷଣଶ କରିଛି ଯେଳ କୋଭିଡ୍ ସଙ୍କଟରେ ଭୀଷଣ ପ୍ରଭାବିତ ହୋଇଥିବା ପରିବାରମାନଙ୍କ ଦୈନଦିନ ଖର୍ଚ୍ଚ ପାଇଁ ‘ଗିଭ୍ଇଣ୍ଡିଆ’ ନଗଦ ଅର୍ଥ ସହାୟତା ଯୋଗାଇ ଦେବ । ସେହିଭଳି ଅକ୍ସିଜେନ୍୍, ପରୀକ୍ଷା ଉପକରଣ ସମେତ ଜରୁରୀ ମେଡିକାଲ୍ ସପ୍ଲାଇ ଖରିଦ କରିବାରେ ‘ୟୁନିସେଫ୍’ ଏହି ଅର୍ଥରେ ଭାରତକୁ ସହଯୋଗ କରିବ । ଭାରତରେ ଦେଖା ଦେଇଥିବା କୋଭିଡ୍-୧୯ ଜନିତ ସଙ୍କଟ କଥା ଉଲ୍ଲେଖ କରି ‘ଗୁଗଲ୍ ସିଇଓ’ ସୁନ୍ଦର ପିଚାଇ ଆଜି ଟୁଇଟ୍ କରି ଲେଖିଛନ୍ତି, ଭାରତରେ କୋଭିଡ୍ ପରିସ୍ଥିତିର ଅବନତି ଦେଖି ବିଚଳିତ ଲାଗିଲା ।