କିଛି ସପ୍ତାହରେ କରୋନା ଟିକା: ମୋଦି

ନୂଆଦିଲ୍ଲୀ: ଦେଶରେ ଆଉ ମାତ୍ର କିଛି ସପ୍ତାହ ପରେ କରୋନା ଟିକା ଉପଲବ୍ଧ ହେବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଆଜି ଅନୁଷ୍ଠିତ ସର୍ବଦଳିୟ ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦେଶରେ କରୋନାର ସ୍ଥିତି ସମ୍ପର୍କରେ ଅବଗତ କରାଇବା ସହ ଏହି ସୂଚନା ଦେଇଛନ୍ତି । ତେବେ ବୈଜ୍ଞାନିକ ମାନଙ୍କ ଅନୁମତି ପରେ କରୋନା ଟିକା ଉପଲବ୍ଧ ହେବ । ଦେଶରେ ୮ଟି ଔଷଧ କମ୍ପାନି ଟିକା ପ୍ରସ୍ଥୁତିରେ ଲାଗିଛନ୍ତି । ସେମାନଙ୍କ ମଧ୍ୟରୁ ୩ଟି କମ୍ପାନିର ପ୍ରସ୍ଥିତ ଔଷଧ ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷଣ ସଫଳ ହୋଇଛି । ନିକଟରେ ସେ ଅହମଦାବାଦ, ପୁନେ ଏବଂ ହାଇଦ୍ରବାଦରେ କରେନା ଟିକାର ପ୍ରସ୍ତୁତି ଓ ଅଗ୍ରଗତି ସମ୍ପର୍କରେ ସମିକ୍ଷା କରିଛନ୍ତି । ବୈଜ୍ଞାନିକମାନଙ୍କ ଅନୁମତିପରେ ଖୁବ୍ଶୀଘ୍ର ଟିକା ବଂଟ କରାଯିବା । ଦେଶରେ ଜନ ସ୍ୱାସ୍ଥ୍ୟ ପ୍ରତି ତାଙ୍କ ସରକାର ସର୍ବାଧିକ ଆଗ୍ରାଧିକାର ଦେଇଛନ୍ତି । ଟିକା ମିଳିବା ପରେ ଆଗ୍ରାଧିକାର ଭିତିରେ ପ୍ରଥମେ ବରିଷ୍ଠ ନାଗରିକ, କରୋନା ଯୋଧା ଓ ସ୍ୱାସ୍ଥ୍ୟକ୍ରର୍ମ ଏବଂ ରୋଗିମାନଙ୍କକୁ ଦିଆଯିବ । ଦେଶରେ ପ୍ରସ୍ତୁତ କରୋନ ଟିକାର ମୂଲ୍ୟ ନେଇ ରାଜ୍ୟମାନଙ୍କ ସହ କେନ୍ଦ୍ରସରକାର ଆଲୋଚନା ଯାରିରଖିଛନ୍ତି । ଶସ୍ତା ଓ ସୁରକ୍ଷିତ ଟିକା ପାଇଁ ତାଙ୍କ ସରକାର ପ୍ରାୟାଶ ଯାରିରଖିଛନ୍ତି । ସୁଲଭ ମୂଲ୍ୟରେ ଟିକା ଯୋଗାଣ ପାଇଁ ସରକାର ପଦକ୍ଷପ ଗ୍ରାହଣ କରିଛନ୍ତି । ଶସ୍ତା ଓ ସୁରକ୍ଷିତ ଟିକା ଉପରେ ସମଗ୍ରହ ବିଶ୍ୱର ନଜର ଏବେ ଭାରତ ଉପରେ ରହିଛି । ପ୍ରଧାନମନ୍ତ୍ରୀ ଆହୁରି କରିଛନ୍ତି ଯେ, ଟିକା ବଂଟନ ନେଇ ସ୍ୱତନ୍ତ୍ର ଟ୍ୟାସ୍ ଫୋସ୍ ଗଠନ ହୋଇଛି । ଟିକା ବଂଟନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟକରୁଛନ୍ତି । ଟିକା ବଂଟନ ନେଇ ଅନ୍ୟ ଦେଶ ଗୁଡିକ ତୁଳନାରେ ଭାରତ ସାମଥ୍ୟ ଓ ବିସାରଦ ରହିଛନ୍ତି । ସେହିପରି ଅମାର ମଧ୍ୟ ଏକ ବୃହତ ଓ ଅଭିଗ୍ୟ ନେଟୱାକ ରହିଛି । ଏହକୁ ପୂର୍ଣ୍ଣମାତ୍ରରେ ବିନିଯୋଗ କରିବାରେ ସରକାର ସଂକ୍ରଳ୍ପବଦ୍ଧ ଅଛନ୍ତି । କୌଣସି କ୍ଷେତ୍ରରେ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଶାଲିସ ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଦେଶ ବାସୀଙ୍କ ନିଷ୍ଠା ଓ ତ୍ୟାଗ ଯୋଗୁ ଆମେ କରୋନାକୁ ହରାଇ ପାରିଛି । ତେବେ ଟିକା ନଆସିବା ପର୍ଯ୍ୟନ୍ତ ସମସ୍ତ ନିୟମ ପଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦେଶ ବସୀଙ୍କୁ ଆହ୍ୱାନ ଜଣାଇଛନ୍ତି ।ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଅମିତି ସାହା, ଡା. ହଶବଦ୍ଧନଙ୍କ ସମେତ ପାଲ୍ୟାମେଟରେ ୫ରୁ ଅଧିକ ସଦସ୍ୟ ଥିବା ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏହି ବୈଠକରେ ବିଜେଡି ସାଂସଦ ଚନ୍ଦ୍ର ଶେଖର ସାହୁ ଦଳ ପକ୍ଷରୁ ପ୍ରତିନିଧତ୍ୱ କରିଥିଲେ । ଓଡ଼ିଶାକୁ ଅଗ୍ରାଧିକାର ଭିତିରେ କରୋନା ଟିକା ଯୋଗାଣ ଏବଂ ତୃଣମୂଲ ସ୍ଥରରୁ ଡାଟା ବେଶ ପ୍ରସ୍ତୁତ ପାଇଁ ସେ ପ୍ରସ୍ଥାବ ଦେଇଥିଲେ । ଅନ୍ୟପକ୍ଷରେ ଓଡ଼ିଶାରେ କରୋନା ମୂକାବିଲାକୁ ପ୍ରଧାନମନ୍ତ୍ରୀ ଭୁୟସୀ ପ୍ରସଶା କରିଥିଲେ ବୋଲି ଡ.ସାହୁ କହିଛନ୍ତି । ବୈଠକରେ ୱାଇଏସଆସିପିର ବିଜୟସାଇ ରେଡ୍ଡୀ ଓ ମିଥୁନ ରେଡ୍ଡୀ, ଏଆଇଏମଆଇଏମର ଇମତିଆଜ୍ ଜଲିଲ, ଶିବସେନାର ବିନାୟକ ରାଉତ, ଜେଡିୟୁର ଆରସିପି ସିଂହ, କଂଗ୍ରେସର ଅଧୀର ରଞ୍ଜନ ଚୌଧୁରୀ ଓ ଗୁଲାମ ନବି ଆଜାଦ, ଟିଏମସିର ଦୁଦୀପ ବନେ୍ଦାପାଧ୍ୟୟ ଓ ଡେରେକ ଓ’ ବ୍ରାଏନ୍, ଏଆଇଏଡିଏମକର ନବନୀତ କଷ୍ଣନ, ଡିଏମମେର ଟି.ଆର.କେ ବାଲୁ ଏବଂ ତିରୁଚି ଶିବା, ଜେଡିଏସର ଏଚ.ଡି.ଦେବେଗୌଡ଼ା ଏନସିପିର ଶରଦ ପାୱାର, ସମାଜବାଦୀ ପାର୍ଟିର ରାମଗୋପଳ ଯାଦବ, ବିଏସପିର-ସତୀଶ ମିଶ୍ରା, ଆରଜେଡିର ପ୍ରେମ ଚନ୍ଦ୍ର ଗୁପ୍ତାଙ୍କ ସମେତ ଅନ୍ୟାନ ଦଳର ଏମପିମାପେ ଯୋଜଦେବାର ସମ୍ଭାବନା ରହିଛି । ବୈଠକ ପୂର୍ବରୁ କଂଗ୍ରେସ ଏମପି ରାହୁଲ ଗାନ୍ଧୀ କହିଛନ୍ତି, ଆମେ ଆଶା କରୁଛୁ ଆଜି ପ୍ରଧାନମନ୍ତ୍ରୀ କେବେ ସୁଦ୍ଧା ପ୍ରତି ଭାରତୀୟଙ୍କୁ ଟିକା ପ୍ରଦାନ କରାଯିବ ସେ ସମ୍ପର୍କରେ ସ୍ପଷ୍ଟ କରିବେ ।

Leave A Reply

Your email address will not be published.

18 − 4 =