କୃଷି ଆଇନ ପ୍ରତ୍ୟାହାର ଦାବିରେ ରେଳରୋକ୍

କଟକ: କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଚାଷୀମାନଙ୍କୁ ସର୍ବନାଶ କରିବା ପାଇଁ ଆଣିଥିବା ଅନ୍ୟାୟ କୃଷି ଆଇନ ଯଥା ଚୁକ୍ତି ଚାଷ ଆଇନ ୨୦୨୦, ୧୯୫୫ ମସିହାର ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ୨୦୨୦ ଓ ଘରୋଇ ମଣ୍ଡି ଆଇନ ବାତିଲ ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା କିଷାନ ଦ୍ୱାରା ଅହୂତ ଦେଶବ୍ୟାପୀ ରେଳରୋକୋ ଆନେ୍ଦାଳନ ଉପଲକ୍ଷେ କଟକ ରେଳଷ୍ଟେସନରେ ଶୋଭାଯାତ୍ରା କରାଯାଇ ରେଳରୋକୋ କରାଯାଇଥିଲା । କେନ୍ଦ୍ର ସରକାର ପୁିପତି ଶ୍ରେଣି ସ୍ୱାର୍ଥରେ ତିନୋଟି ଅନ୍ୟାୟ ଆଇନ ଅଣିଛନ୍ତି ଯେଉଁ ଆଇନ ଫଳରେ କୃଷକମାନେ ସେମାନଙ୍କର ସାମ୍ବିଧାନିକ ଓ ମୌଳିକ ଅଧିକାର ହରାଇବେ ଓ ପୁିପତି, ବ୍ୟବସାୟୀ, କର୍ପୋରେଟ ସଂସ୍ଥା ଓ କଳାବଜାରୀ ମାନେ ଲାଭବାନ ହେବେ । ଅକ୍ଳାନ୍ତ ପରିଶ୍ରମ କରି ନିଜର ରକ୍ତ ନିଗାଡ଼ି ଦେଶର ଅନ୍ନଦାତା ଅମଳ କରୁଥିବା ଉପôାଦିତ ଶସ୍ୟକୁ ଏହି ଆଇନ ବଳରେ ପୁିପତି, ବ୍ୟବସାୟୀ, କର୍ପୋରେଟ ସଂସ୍ଥା ଓ କଳାବଜାରୀ ମାନେ ଲୁଟିନେବେ । ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟଦ୍ରବ୍ୟର ଦରଦାମ ଲଗାମଛଡା ଭାବେ ବଢି ଚାଲିବ । ତେଣୁ ଜନଗଣଙ୍କୁ ଏହି ଅନ୍ୟାୟ ଆଇନ ବିରୁଦ୍ଧରେ ଧାରାବାହିକ ଭାବେ ପ୍ରତିରୋଧ ଆନେ୍ଦାଳନ ଗଢି ତୋଳିବାକୁ ଆନେ୍ଦାଳନକାରୀ ମାନେ ଆହ୍ୱାନ ଦେଇଥିଲେ । ଆଜିର ରେଳରୋକୋ ରେ ସର୍ବଶ୍ରୀ ରବିନାରାୟଣ ମଲ୍ଲିକ, ଖଗେଶ୍ୱର ସେଠୀ, ମନୋଜ ରାଉତ, ପୂର୍ଣ୍ଣଚନ୍ଦ୍ର ସାହୁ, ସ୍ୱାଧିନୀ ବେହେରା, ରାମଚନ୍ଦ୍ର ବେହେରା, ଅମଜାଦ ଅଲ୍ଲୀ, ରବୀନ୍ଦ୍ର ଧଳ, ଶିବାଜୀ ସାହୁ, ବିଷ୍ଣୁଚରଣ ଭୋଇ, କୃଷ୍ଣଚନ୍ଦ୍ର ଭୋଇ, କ୍ଷିରୋଦ ଜେନା ପ୍ରମୂଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.

nineteen + 12 =