କୃଷି ଭିତିଭୂମି ପାଇଁ ୧ ଲକ୍ଷ କୋଟି

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ଗଠନ ଅଭିଯାନରେ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି କ୍ରମାଗତ ତୃତୀୟ ଦିବସରେ କୃଷି, ମତ୍ସ୍ୟପାଳନ ଓ ପଶୁପାଳନ ଉପରେ ଗୁରୁତ୍ୱ ଦେବା ସଙ୍ଗେ ସଙ୍ଗେ କୃଷି ଭିତିଭୂମିର ଉନ୍ନତି ପାଇଁ ୧ ଲକ୍ଷ କୋଟି ଟଙ୍କାର ପାଣ୍ଠି ଗଠନ ଘୋଷଣା କରିଛନ୍ତି ।ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମଳିନୀରେ କୃଷି, ପଶୁପାଳନ ଓ ମତ୍ସ୍ୟପାଳନର ବିକାଶ ଲାଗି ୧୧ଟି ପଦକ୍ଷେପ ଘୋଷଣା କରିଛନ୍ତି । ଶ୍ରୀମତୀ ସୀତାରମଣ କହିଛନ୍ତି ଯେ, କୃଷି ଭିତିଭୂମିର ଉନ୍ନତି ପାଇଁ ସରକାର ୧ ଲକ୍ଷ କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ସୃଷ୍ଟି କରିଛନ୍ତି । ଏହି ଅର୍ଥ ଶୀତଳ ଭଣ୍ଡାର ପ୍ରତିÂା, କୃଷିଜାତ ଦ୍ରବ୍ୟର ପରିବହନ ଏବଂ ରପ୍ତାନୀ ପାଇଁ ବ୍ୟୟ ହେବ । ·ଷୀଙ୍କ ଆୟ ଦ୍ୱିଗୁଣିତ କରିବା ସରକାରଙ୍କ ଲକ୍ଷ୍ୟ । ସେହିପରି ଜୈବିକ ଓ ହର୍ବାଲ ଉପôାଦକୁ ବିଶ୍ୱସ୍ତରରେ ପରିଚିତ କରିବା ପାଇଁ ସରକାର ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ସ୍ଥାନୀୟ ଉପôାଦର ପ୍ର·ର ଓ ପ୍ରସାର ପାଇଁ ୧୦ ହଜାର କୋଟି ଟଙ୍କା ବ୍ୟୟ ହେବ । ୟୁପିର ଆମ୍ବ, ଆନ୍ଧ୍ରର ଲଙ୍କା ଓ ତାମିଲନାଡୁର ହଳଦୀକୁ ବ୍ରାଣ୍ଡିଂ କରାଯିବ । ଗଙ୍ଗାନଦୀ କୂଳରେ ୨୫ ଲକ୍ଷ ଏକର ଜମିରେ ଔଷଧୀୟ ·ଷ ପାଇଁ ୪ ହଜାର କୋଟି ଟଙ୍କା ବ୍ୟୟ ହେବ ।
ସେହିପରି ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ପାଇଁ ୨୦ ହଜାର କୋଟି ଟଙ୍କା ବ୍ୟୟ ହେବ ।

Leave A Reply

Your email address will not be published.

four × two =