ନୂଆଦିଲ୍ଲୀ: ବହୁ ଆକାଂକିତ କେନ୍ଦ୍ର ମନ୍ତ୍ରୀମଣ୍ଡଳର ଆଜି ସଂପ୍ରସାରଣ ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୪୩ ଜଣ ନୂଆ ମୁହଁକୁ ନେଇ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଂପ୍ରସାରଣ କରିଥିବା ବେଳେ ୧୨ଜଣ ମନ୍ତ୍ରୀଙ୍କୁ ବାଦ୍ ଦେଇଛନ୍ତି । ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ନବନିଯୁକ୍ତ ମନ୍ତ୍ରୀ ମାନଙ୍କୁ ପଦ ଓ ଗୋପନିଅତାର ଶପଥ ପାଠ କରାଇଛନ୍ତି । ଆଜି ଶପଥ ପାଠ କରାଇଥିବା ନୂତନ ମନ୍ତ୍ରୀମାନଙ୍କ ମଧ୍ୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୱାଲ, ବିଶ୍ୱେଶ୍ୱର ଟୁଡୁ, ଅଶ୍ୱିନୀ ବୈଷ୍ଣବ, ନାରାୟଣ ରାଣେ, ଅନୁପ୍ରିୟା ପଟେଲ, କପିଲ ପଟେଲ, ମୀନାକ୍ଷୀ ଲେଖି, ଅଜୟ ଭଟ୍ଟ, ଭୂପେନ୍ଦ୍ର ଯାଦବ, ସୁନିତା ଦୁଗାଲ, ପଶୁପତି ପାରସ, ଭାରତୀ ପାୱର, ଶୋଭା କାରାଣ୍ଡଲାଜେ, ଏଲ ମୁରୁଗାନ, ରାମନାଥ ଠାକୁର, ପଙ୍କଜ ଚୌଧୁରୀ, ଆରସିପି ସିଂହ, ନିଶିତ ପରମାଣିକ, ଜନ ବର୍ଲା, ଶାନ୍ତୁନ ଠାକୁର, ସୁଭାଷ ସରକାର, ଚନେ୍ଦ୍ରଶ୍ୱର ପ୍ରସାଦ ଚନ୍ଦ୍ରବଂଶୀ, ଦିଲେଶ୍ୱର କାମାତ, ରାହୁଲ କସୱା, ପ୍ରତିମା ଭୌମିକ ନୂତନ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ଅନୁରାଗ ଠାକୁର, ଜି କିଶନ ରେଡ୍ଡୀ, ପୁରୁଷୋତ୍ତମ ରୂପାଲ, କିରଣ ରିଜ୍ଜିଜୁ, ହରଦୀପ ସିଂହ ପୁରୀ, ମନସୁଖ ମାଣ୍ଡଭିୟ ପମୁଖଙ୍କୁ କ୍ୟାବିନେଟ୍ ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ସେହିପରି ଶପଥ ଉସôବ ପୂର୍ବରୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ୧୨ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଡା ହର୍ଷବର୍ଦ୍ଧନ(ସ୍ୱାସ୍ଥ୍ୟମନ୍ତ୍ରୀ), ବାବୁଲ ସୁପ୍ରିଓ(ପରିବେଶ ରାଷ୍ଟ୍ରମନ୍ତ୍ରୀ), ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ( ଏମଏସ୍ଏମଇ ରାଷ୍ଟ୍ରମନ୍ତ୍ରୀ), ରମେଶ ପୋଖରିୟାଲ ନିଶଙ୍କ(ଶିକ୍ଷା ମନ୍ତ୍ରୀ), ସନ୍ତୋଷ ଗଙ୍ଗୱାର(ଶ୍ରମ ରାଷ୍ଟ୍ରମନ୍ତ୍ରୀ), ଥାୱରଚାନ୍ଦ ଗେହଲଟ(ସାମାଜିକ ନ୍ୟାୟ ମନ୍ତ୍ରୀ), ସଦାନନ୍ଦ ଗୌଡ଼ା(ସାର ଓ ରସାୟନ ମନ୍ତ୍ରୀ ), ସଞ୍ଜୟ ଧୋତ୍ରେ(ଶିକ୍ଷା ରାଷ୍ଟ୍ରମନ୍ତ୍ରୀ), ରାଓ ସାହେବ ଧାନଭେ ପାଟିଲ( ଖାଉଟି ବ୍ୟାପର ରାଷ୍ଟ୍ରମନ୍ତ୍ରୀ), ଦେବଶ୍ରୀ ଚୌଧୁରୀ(ଶିଶୁ ଓ ମହିଳା ବିକାଶ ରାଷ୍ଟ୍ରମନ୍ତ୍ରୀ), ରତନ ଲାଲ କଟାରିଆ(ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ), ଅଶ୍ୱିନୀ କୁମାର ଚୌବେ(ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ) ଅର୍ନ୍ତଭୁକ୍ତ ଅଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଦ୍ୱିତୀୟ ପାଳି ସରକାରଙ୍କ ଏହା ହେଉଛି ମନ୍ତ୍ରୀମଣ୍ଡଳର ପ୍ରଥମ ସଂପ୍ରସାରଣ ଓ ଅଦଳବଦଳ । ଏହନୂତନ ମନ୍ତ୍ରୀ ମଣ୍ଡଳରେ ୭ଜଣ ପୂର୍ବତନ ପ୍ରଶାସକ, ୧୩ ଜଣ ଓକିଲ, ୭ଜଣ ଡାକ୍ତର, ୫ଜଣ ଇଂଜିନିୟର ଓ ୪ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଥାନ ପାଇଥିଲା ବେଳେ ସମସ୍ତ ବର୍ଗଙ୍କୁ ମଧ୍ୟ ଉପଯୁକ୍ତ ପ୍ରତିନିଧିତ୍ୱ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ମନ୍ତ୍ରୀ ମଣ୍ଡଳରେ ୧୧ଜଣ ମହିଳା ସ୍ଥାନ ପାଇଥିଲା ବେଳେ ବିଭିନ୍ନ ରାଜ୍ୟର ୧୮ଜଣ ପୂର୍ବତନ ମନ୍ତ୍ରୀ, ଓବିସିରୁ ୨୭ଜଣ, ଅନୁସୂଚିତ ଜନଜାତିରୁ ୧୨ଜଣ, ଅନୁସୂଚିିତ ଜାତିରୁ ୮ଜଣ, ସଂଖ୍ୟାଲଘୁ ସଂପ୍ରଦାଏରୁ ୫ଜଣ ପ୍ରତିନିଧିତ୍ୱ କରିଛନ୍ତି । ବିଶେଷ କରି ସଂପ୍ରସାରିତ ମନ୍ତ୍ରୀ ମଣ୍ଡଳରେ ଉତର ପ୍ରଦେଶରୁ ସର୍ବାଧିକ ୭ଜଣ ମନ୍ତ୍ରୀ ସ୍ଥାନ ପାଇଥିବା ବେଳେ ବିହାରରୁ ୪, ମହାରାଷ୍ଟ୍ରରୁ ୪, ଗୁଜୁରାଟରୁ ୩, ଓଡିଶାରୁ ୨ ଜଣଙ୍କ ସମେତ ଦେଶର ସମସ୍ତ ରାଜ୍ୟକୁ ପ୍ରତିନିଧିତ୍ୱ ଦିଆଯାଇଛି । ପ୍ରଥମ ଥର ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କ ମନ୍ତ୍ରୀ ମଣ୍ଡଳରେ ଯୁବ ମନ୍ତ୍ରୀମାନଙ୍କୁ ଗୁରୁତ୍ୱ ପ୍ରଦାନ କରିଛନ୍ତି । ସେମାନଙ୍କ ବୟସ ୫୦ବର୍ଷ ତଳେ ଥିବା ଜଣାଯାଇଛି । ଆଜି ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ୭ଲୋକମାର୍ଗ ବାସଭବନରେ ନବନିଯୁକ୍ତ ମନ୍ତ୍ରୀମାନଙ୍କର ଭିଡ ଲକ୍ଷ୍ୟ କରାଯାଇଥିଲା । ନବନିଯୁକ୍ତ ମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଟେଲିଫୋନ୍ ଯୋଗେ ଡକାଯାଇଥିଲା ।