ନୂଆଦିଲ୍ଲୀ- ଏକୁଟିଆ ଗାଡି ଚଲାଉଥିଲେ ପିନ୍ଧିବାକୁ ପଡିବନି ମାସ୍କ । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଯଦି ଜଣେ ବ୍ୟକ୍ତି ଏକୁଟିଆ ଗାଡିରେ ଯାତ୍ରା କରୁଛି ତେବେ ତାକୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ । ଗ୍ରୁପରେ ସାଇକେଲିଂ, ରନିଂ, ଜଗିଂ କିମ୍ବା ଜନଗହଳି ସ୍ଥାନରେ ମାସ୍କ ବାଧ୍ୟତା ମୂଳକ ବୋଲି ମନ୍ତ୍ରଣାଳୟ ସଚିବ ରାଜେଶ ଭୂଷଣ କହିଛନ୍ତି ।