ନୂଆଦିଲ୍ଲୀ: ଭାରତର ନିଜସ୍ୱ ଜ୍ଞାନକୌଶଳରେ ବିକଶିତ ଦେଶର ପ୍ରଥମ କୋଭିଡ ଟିକା ‘କୋଭାକ୍ସିନ୍’ର ମାନବ ଶରୀରରେ ପ୍ରଥମେ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସୋମବାର ଠାରୁ ଦିଲ୍ଳୀ ଏମ୍ସରେ ଆରମ୍ଭ ହୋଇଛି । ପ୍ରତିଷ୍ଠାନର ନୀତିନିର୍ଦ୍ଧାରଣ କମିଟି ପକ୍ଷରୁ ଗତ ଶନିବାର ଏଥିପାଇଁ ଆବଶ୍ୟକ ଅନୁମତି ମିଳିବା ପରେ ଏଠାରେ ଅନୁରୂପ ପରୀକ୍ଷ କରାଯିବକୁ ସମସ୍ତ ପ୍ରସ୍ତୁତି ସରିଛି । ତେବେ ଏଥିରେ ସାମିଲ ହେବାକୁ ଥିବା ୧୮ରୁ ୫୫ ବର୍ଷ ବୟସର ସୁସ୍ଥ ସ୍ୱେଚ୍ଛାସେବୀମାନଙ୍କ ପଞ୍ଜୀକରଣ ସୋମବାର ଠାରୁ ଆରମ୍ଭ ହେବାକୁ ଥିବା ବେଳେ ଏଥିପାଇଁ ଉଚ୍ଛୁକ ବ୍ୟକ୍ତିବିଶେଷ ଯୋଗାଯୋଗ କରିବାକୁ ଆହ୍ୱାନ କରାଯାଇଛି । ଭାରତୀୟ ଭେଷଜ କମ୍ପାନି ଭାରତ ବାୟୋଟେକ୍ ଇଂଟରନାସନାଲ୍ ଲି. ଦ୍ୱାରା ପ୍ରସ୍ତୁତ ଏହି ଟିକାର ମାନବୀୟ ପରୀକ୍ଷଣ ଗତ ୧୫ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏଥିରେ ଦେଶର ମୋଟ ୧୨ଟି ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ରରେ ୩୬୫ ଜଣ ସ୍ୱେଚ୍ଛାସେବୀଙ୍କୁ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ସେଥିରୁ କେବଳ ଏମ୍ସରେ ୧୦୦ ଜଣ ଏବଂ ଅନ୍ୟ ପ୍ରତିଷ୍ଠାନରେ ବାକି ୨୫୦ ଜଣଙ୍କର ପରୀକ୍ଷା କରାଯିବା ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାଣରେ ଆଉ ୭୫୦ ଜଣ ସ୍ୱେଚ୍ଛାସେବୀ ସାମିଲ ହେବେ ବୋଲି କମ୍ପାନି କହିଛି । ସୂଚନା ଥାଉ କି. ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସି ଏମ୍ଆର୍) ସହଯୋଗରେ ପୁଣେ ସ୍ଥିତ ଜାତୀୟ ମୂତାଣୁ ବିଜ୍ଞାନ ପ୍ରତିଷ୍ଠାନ (ଏନ୍ଆଇଭି) ଓ ହାଇଦ୍ରାବାଦ ସ୍ଥିତ ଭେଷଜ କମ୍ପାନି ଭାରତ ବାୟୋଟେକ୍ ଇଂଟରନାସନାଲ୍ ଲି. ଦ୍ୱାରା ମିଳିତ ଭାବେ ବିକାଶିତ ଏହି ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ପାଇଁ ପ୍ରଥମେ ପାଟନା ଏମ୍ସରେ ୧୦ ଜର ସ୍ୱେଚ୍ଛାସେବା ଏବଂ ପରେ ରୋହତକ ପିଜିଆଇରେ ୩ ଜଣ ସ୍ୱେଚ୍ଛାସେବୀ ସାମିଲ ହୋଇଥିବା ବେଳେ ତୃତୀୟ ପ୍ରତିଷ୍ଠାନ ଭାବେ ଦିଲ୍ଲୀ ଏମ୍ସ୍ରେ ୧୧୨୫ ଜଣଙ୍କର ନମୁନା ସଂଗ୍ରହ କରାଯାଇଛି ବୋଲି ଏମ୍ସ୍ ଡାଇରେକ୍ଟର ରଣଦୀପ ଗୁଲେରିଆ କହିଛନ୍ତି । ଦୁଇଟି ପର୍ଯ୍ୟାୟରେ ଏହି ପରୀକ୍ଷାଣ ହେବ ବୋଲି ସେ କହିଛନ୍ତି ।