କୋଭିଡ୍ ପରିଚାଳନା ପାଇଁ ଓଡ଼ିଶାକୁ ମିଳିଛି ୮୦୨ କୋଟି

ନୂଆଦିଲ୍ଲୀ: ଓଡ଼ିଶାରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଗତ କିଛି ଦିନ ହେଲା ଦୈନିକ ୪ ହଜାରରୁ ଉଦ୍ଧ୍ୱର୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଇତିମଧ୍ୟରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୫ ହଜାର ୫୫୦ରେ ପହଂଚିଥିଲାଣି । ଏଭଳି ସ୍ଥିତିରେ କୋଭିଡ ପରିଚାଳନା କ୍ଷେତ୍ରରେ କେନ୍ଦ୍ର ସରକାର ରାଜ୍ୟକୁ ସହାୟତା ପ୍ରଦାନ କରିବାରେ ହେଳା କରି ନାହାନ୍ତି । ଗତ ମାସ ୩୧ ତାରିଖ ସୁଦ୍ଧା ଓଡ଼ିଶାକୁ କୋଭିଡ ପରିଚାଳନା ପାଇଁ କେନ୍ଦ୍ର ପକ୍ଷରୁ ୮୦୨ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ଶନିବାର ଲୋକ ସଭାରେ ଏକ ଲିଖିତ ପ୍ରଶ୍ନର ଉତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି । ଏହି ଅର୍ଥ ଏନ୍ଡିଆର୍ଏଫ୍ରୁ ପ୍ରଦନା କରାଯାଇଛି । ଅପରପକ୍ଷରେ ମହାରାଷ୍ଟ୍ରକୁ ସର୍ବାଧିକ ୧୬୧୧ କୋଟି, ଉରପ୍ରଦେଶକୁ ୯୬୬ କୋଟ, ମଧ୍ୟପ୍ରଦେଶକୁ ୯୧୦ କୋଟ ଟଙ୍କା ପ୍ରଦାନ କରାଯାଇଥିବା ଠାକୁର ସୂଚନା ଦେଇଛନ୍ତି । ଓଡ଼ିଶାକୁ ଚତୁର୍ଥ ସର୍ବାଧିକ ଅର୍ଥ ପ୍ରଦାନ କରାଯାଇଥିବା କୁହାଯାଇଛି । ସେହିପରି କର୍ନାଟକକୁ ୭୯୧ କୋଟି, ରାଜସ୍ଥାନକୁ ୭୪୦ ଓ ବିହାରକୁ ୭୦୮ କୋଟି ଟଙ୍କା ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

sixteen − one =