କୋଭିଡ ମୁକାବିଲା ପାଇଁ ବିପର୍ଯ୍ୟୟ ମୁକାବିଲା ପାଣ୍ଠିର କେନ୍ଦ୍ରୀୟ ଭାଗ ମଂଜୁର

୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିର କେନ୍ଦ୍ରୀୟ ଅଂଶର ପ୍ରଥମ କିସ୍ତି ଭାବରେ କେନ୍ଦ୍ର ସରକାର ୮୮୭୩.୬ କୋଟି ଟଙ୍କା ମଂଜୁର କରିଥିବା ଅର୍ଥ ମନ୍ତ୍ରଣାଳୟ ସୂଚନା ଦେଇଛି। ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଏହି ପାଣ୍ଠି ଅନ୍ତର୍ଗତ ମଂଜୁର ହୋଇଥିବା ଅର୍ଥର ୫୦ ପ୍ରତିଶତ ଅର୍ଥାତ ୪,୪୩୬.୮ କୋଟି ଟଙ୍କା ରାଜ୍ୟଗୁଡିକ କୋଭିଡ ମୁକାବିଲା ଦିଗରେ ଖର୍ଚ୍ଚ କରିପାରିବେ। ସାଧାରଣତଃ ଅର୍ଥ ଆୟୋଗର ସୁପାରିଶ ଅନୁଯାୟୀ ପ୍ରତ୍ୟେକ ବର୍ଷ ଜୁନ୍ ମାସରେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିର ପ୍ରଥମ କିସ୍ତି ରାଜ୍ୟଗୁଡ଼ିକୁ ଯୋଗାଇ ଦିଆଯାଇଥାଏ। ଚଳିତ ଥର କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ, ଗତ ଆର୍ଥିକ ବର୍ଷରେ ଏହି ପାଣ୍ଠିରେ ଦିଆଯାଇଥିବା ଅର୍ଥ ପାଇଁ ବ୍ୟବହାର ପ୍ରମାଣପତ୍ରକୁ ଅପେକ୍ଷା ନ କରାଯାଇ ଚଳିତ ଆର୍ଥିକ ବର୍ଷର ପ୍ରଥମ କିସ୍ତି ମଂଜୁର କରାଯାଇଛି। ଏହି ଆବଂଟିତ ପାଣ୍ଠିରେ ରାଜ୍ୟ ସରକାରଗୁଡିକ ଡାକ୍ତରଖାନାରେ ଅମ୍ଳଜାନ ଉତ୍ପାଦନ ଯନ୍ତ୍ର ସ୍ଥାପନ, ଭେଣ୍ଟିଲେଟର କ୍ରୟ, ଏୟାର ପ୍ୟୁରିଫାୟର କ୍ରୟ, ଆମ୍ବୁଲାନ୍ସ ସେବାକୁ ମଜବୁତ କରିବା, କୋଭିଡ-୧୯ ଡାକ୍ତରଖାନା ଓ କୋଭିଡ କେୟାର ସେଣ୍ଟର ସ୍ଥାପନ ସହ କୋଭିଡ-୧୯ ପଦକ୍ଷେପ ପାଇଁ ଏହି ଅର୍ଥ ବ୍ୟବହାର କରିପାରିବେ। ଏହା ବ୍ୟତୀତ ଥର୍ମାଲ୍ ସ୍କାନର୍, ବ୍ୟକ୍ତିଗତ ପ୍ରତିରକ୍ଷା ଉପକରଣ, ପରୀକ୍ଷଣ ଲାବୋରେଟୋରୀ, ପରୀକ୍ଷଣ କିଟ୍ ମଧ୍ୟ କ୍ରୟ କରାଯାଇ ପାରିବ ବୋଲି ମନ୍ତ୍ରାଳୟ ସ୍ପଷ୍ଟ କରିଛି।

Leave A Reply

Your email address will not be published.

five × 4 =