ଶ୍ରୀନଗର- ଦୀର୍ଘ ୫ ମାସ ପରେ ଖୋଲିଲା ମାତା ବୈଷ୍ଣୋଦେବୀଙ୍କ ମନ୍ଦିର । ପ୍ରତ୍ୟେକ ଦିନ ଦର୍ଶନ ପାଇଁ ୨ ହଜାର ଲୋକଙ୍କୁ ଅନୁମତି ପ୍ରଦାନ କରାଯିବ । ଏମାନଙ୍କ ମଧ୍ୟରୁ ସ୍ଥାନୀୟ ଅଂଚଳର ୧୯୦୦ ଓ ବାହାର ରାଜ୍ୟରୁ ଆସିଥିବା ୧୦୦ ଜଣ ଶ୍ରଦ୍ଧାଳୁ ଛଡାଯିବ । ଯେଉଁ ଭକ୍ତମାନେ ରେଡ ଜୋନରୁ ଆସନ୍ତି ତେବେ ତାଙ୍କର କରୋନା ନେଗେଟିଭ ରିପୋର୍ଟ ଦେଲେ ହିଁ ଦର୍ଶନ ପାଇଁ ସୁଯୋଗ ମିଳିବ ବୋଲି ମାତା ବୈଷ୍ଣେଦେବୀ ସିଇଓ ରମେଶ କୁମାର କହିଛନ୍ତି । କରୋନା କଟକଣା ଭିତରେ ମନ୍ଦିର ଖୋଲିବା ପାଇଁ ଅନୁମତି ମିଳିବା ପରେ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।