ଖ୍ରୀଷ୍ଟମାସ ପରେ ଭାରତକୁ ମିଳିବ କରୋନା ଟିକା!

ନୂଆଦିଲ୍ଲୀ: ଅକ୍ସଫୋର୍ଡ ଓ ଆଷ୍ଟେ୍ରଜେନେକା ପ୍ରସ୍ତୁତ କରିଥିବା କରୋନା ଟିକା କୋଭିସିଲ୍ଡ ଖୁବଶୀଘ୍ର ଭାରତକୁ ମିଳିବାକୁ ଯାଉଛି । ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ ଭାରତରେ କୋଭିସିିଲ୍ଡ ଟିକାର ମାନବ ପରୀକ୍ଷଣ କରାଯାଉଛି । ଆସନ୍ତା ଖ୍ରୀଷ୍ଟମାସ ପରେ ଭାରତ ସରକାର ଏହାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେବେ ବୋଲି ଜଣାପଡିଛି ।
ସେହିପରି ବ୍ରିଟେନ୍ର ଡ୍ରଗ ରେଗୁଲେଟର ଏମଏଚ୍ଆରଏ ଅକ୍ସଫୋର୍ଡ ଟିକା ଉପରେ ତର୍ଜମା କରୁଛି । ଖ୍ରୀଷ୍ଟମାସ ପୂର୍ବରୁ ଏହି ଟିକାକୁ ବ୍ରିଟେନ୍ରେ ବ୍ୟବହାର ପାଇଁ ଅନୁମତି ମିଳିବ ବୋଲି ଆଶା କରାଯାଉଛି । ବି୍ରଟେନ୍ରେ ଅନୁମତି ମିଳିଲେ, ଭାରତ ସରକାର ମଧ୍ୟ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମୋଦନ ଦେବେ ।
ସୂତ୍ର ଅନୁସାରେ , ଅକ୍ସଫୋର୍ଡ ଟିକାର କେତେ ପରିମାଣର ଡୋଜ୍ କରୋନାକୁ ମାତ ଦେବାକୁ ସକ୍ଷମ ହେଉଛି, ତା’ ଉପରେ ଏମଏଚଆରଏ ସମୀକ୍ଷା କରୁଛି । ଯାହା ଜଣାପଡିଛି ଖ୍ରୀଷ୍ଟମାସ ପୂର୍ବରୁ ବ୍ରିଟେନ ସରକାର ଟିକାର ବ୍ୟବହାର ପାଇଁ ଅନୁମତି ଦେବେ । ଉକ୍ତ ତଥ୍ୟ ଆଧାରରେ ଭାରତରେ ମଧ୍ୟ ସେରମକୁ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିବ ।
ବହୁ ପୂର୍ବରୁ ସେରମ ଭାରତ ସରକାରଙ୍କ ପାଖରେ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମାଗି ସାରିଛି । କିନ୍ତୁ ଅନୁମୋଦନ ଦେବା ପୂର୍ବରୁ ଭାରତ ସରକାରଙ୍କ ଦ୍ୱାରା ଗଠିତ ଟିକା ସମୀକ୍ଷା କମିଟି ସେରମକୁ ଆଉ କିଛି ପରୀକ୍ଷା ରିପୋର୍ଟ ମାଗିଥିଲା । ଏବେ ବ୍ରିଟେନ ଅକ୍ସଫୋର୍ଡ ଟିକାକୁ କେବେ ଅନୁମତି ଦେଉଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି । ବ୍ରିଟେନ ଅନୁମତି ଦେଲେ ଭାରତରେ ଏହି ଟିକାର ବ୍ୟବହାର ପାଇଁ ବାଟ ଫିଟିବ ।
କାରଣ ବି୍ରଟେନ ଓ ବ୍ରାଜିଲରେ ପ୍ରଥମେ ଅକ୍ସଫୋଡ ଟିକାର ଟ୍ରାଏଲ ଆରମ୍ଭ ହୋଇଥିଲେ । ସେଠାରେ ଏହାକୁ ସଫଳତା ମିଳିବାରୁ ସେରମ ଭାରତରେ ଏହାର ମାନବ ପରୀକ୍ଷଣ ଆରମ୍ଭ କରିଥିଲା । ତେଣୁ ବ୍ରିଟେନ୍ରେ ଟିକାକୁ ବ୍ୟବହାର ପାଇଁ ଅନୁମତି ମିଳିଲେ, ଭାରତ ସରକାହର ସେରମକୁ ମଧ୍ୟ ଏଠାରେ ସମାନ ନିଦେ୍ର୍ଧଶ ଦେଇପାରନ୍ତି ।

Leave A Reply

Your email address will not be published.

two × three =