ଖ୍ରୀଷ୍ଟମାସ ସୁଦ୍ଧା ଫାଇଜର ଟିକା!

ନୂଆଦିଲ୍ଲୀ : ଗତକାଲି ଆମେରିକାର ବହୁରାଷ୍ଟ୍ରୀୟ ଔଷଧ ପ୍ରସ୍ତୁତକାରୀ ସଂସ୍ଥା ଫାଇଜର ଦ୍ୱାରା ତିଆରି କୋଭିଡ ଟିକାର ନୈଦାନିକ ପରୀକ୍ଷଣ ଶେଷ ହେବା ସହ ଏହି ଟିକା ୯୫ ପ୍ରତିଶତ ଫଳପ୍ରଦ ବୋଲି କମ୍ପାନି ଦାବି କରିଥିଲା । ତେବେ କମ୍ପାନି ପକ୍ଷରୁ ଏଭଳି ଦାବି କରାଯିବା ପରେ ସବୁ କିଛି ଠିକ୍ ରହିଲେ ଖୀ୍ରଷ୍ଟମାସ ସୁଦ୍ଧା ଟିକା ବିତରଣ ଆରମ୍ଭ କରିଦିଆଯିବ ବୋଲି ବାୟୋଏନ୍ଟେକ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଉଗୁର ସଚିନ କହିଛନ୍ତି । ତାଙ୍କ କହିବା ମୁତାବକ, ଯଦି ସବୁ କିଛି ଠିକ୍ ରୁହେ ତେବେ ମୁଁ ଆଶା କରୁଛି ଯେ, ଡିସେମ୍ବର ମାସ ଦ୍ୱିତୀୟ ଭାଗରେ ଆମେ ଆମେରିକା ସରକାରଙ୍କଠାରୁ ଜରୁରୀକାଳୀନ ଅନୁମତି ପାଇବୁ ଏବଂ ଶ୍ରୀଷ୍ଟମାସ ପୂର୍ବରୁ ବିତରଣ ଆରମ୍ଭ କରିବୁ । ଫାଇଜର ଏବଂ ବାୟୋଏନ୍ଟେକ୍ ଦ୍ୱାରାହ ମିଳିତ ଭାବେ ବିକଶିତ ଟିକା କୋଭିଡ-୧୯ ସଂକ୍ରମଣ ପ୍ରତିରୋଧ କରିବାରେ ୯୫% ଫଳପ୍ରଦ ହୋଇଥିବା କଥା କମ୍ପାନି କହିବା ପରେ ବାୟୋଏନ୍ଟେକ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଉଗୁର ସଚିନ ଏଭଳି ବୟାନ ଦେଇଛନ୍ତି ।
ଗତକାଲି ଔଷଧ ନିର୍ମାତା ଫାଇଜର କହିଥିଲେ ଯେ, ଟିକାକରଣର ଶେଷ ପର୍ଯ୍ୟାୟରେ ଏହା ୯୫% ଫଳପ୍ରଦ ପ୍ରମାଣିତ ହୋଇଛି । ସବୁ ବର୍ଗର କରୋନା ରୋଗୀଙ୍କ ଉପରେ ଏହାର ପ୍ରଭାବ ଭଲ ରହିଥିବା ସହ କୌଣସି ବଡ ପାର୍ଶ୍ୱ ପ୍ରତିକ୍ରିୟା ନାହିଁ । ବିଶେଷ କରି ୬୫ ବର୍ଷରୁ ଅଧିକ ବୟସ୍କ ରୋଗୀଙ୍କ ଶରୀରରେ ଏହି ଟିକା ୯୪% ଫଳପ୍ରଦ ହୋଇଛି । ଶେଷ ପର୍ଯ୍ୟାୟ ରିପୋର୍ଟ ଅନୁଯାୟୀ ଏହି ଟିକାର ବ୍ୟବହାର ସାରା ବିଶ୍ୱରେ ବ୍ୟାପକ ଭାବରେ ହୋଇପାରିବ । ଏହି ଫଳାଫଳ ଆସିବା ପରେ ଆମେରିକା ସରକାରଙ୍କଠାରୁ ଜରୁରୀକାଳୀନ ଅନୁମତି ପାଇଁ ଆବେଦନ କରିବାକୁ କମ୍ପାନି ଯୋଜନା କରୁଥିବା କହିଥିଲା ।

Leave A Reply

Your email address will not be published.

thirteen + eighteen =