ଗୀତା, ମୋଦୀଙ୍କ ଫଟୋ ନେଇ ମହାକାଶ ଗଲା ଇସ୍ରୋର ୧୯ଟି ଉପଗ୍ରହ

ନୂଆଦିଲ୍ଲୀ: ‘ଇସ୍ରୋ’ ଆଜି ଇ-ଗୀତା, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ, ଆମାଜନିଆ-୧ ଏବଂ ୧୮ଟି କୃତ୍ରିମ ଉପଗ୍ରହ ସଫଳତାର ସହ ମହାକାଶକୁ ପ୍ରେରଣ କରିଛି । ଆଜି ଅପରାହ୍ନ ୧.୩୦ର ଅଳ୍ପକ୍ଷଣ ପୂର୍ବରୁ ୧୯ଟି କୃତ୍ରିମ ଉପଗ୍ରହ ସହ ଶ୍ରୀହରିକୋଟାସ୍ଥିତ ‘ତତୀଣ ଧାୱାନ୍ ମହାକାଶ କେନ୍ଦ୍ର’ର ଲଂଚପ୍ୟାଡରୁ ‘ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ’ର ‘ପିଏସ୍ଲଭି-ସି୫୧’ ମହାକାଶକୁ ଉତ୍କ୍ଷେପିତ ହୋଇଥିଲା । ବ୍ରାଜିଲ୍ର ୬୩୭ କିଲୋ ଓଜନବିଶିଷ୍ଟ କୃତ୍ରିମ ଉପଗ୍ରହ ‘ଆମାଜନିଆ-୧’ ସହ ନିର୍ଦ୍ଧାରିତ ସମୟ ଠିକ୍ ୧୦.୨୪ରେ ମହାକଶକୁ ଉଠିଥିଲା । ଏଥିସହ ଯାଇଥିବା ବାକି ୧୮ଟି କୃତ୍ରିମ ଉପଗ୍ରହ ମଧ୍ୟରେ ରହିଛି ୪ଟି ‘ଇନ୍-ସ୍ପେସ୍’ ଏବଂ ‘ଇସ୍ରୋ’ର ୧୪ଟି ବାଣିଜି୍ୟକ ଶାଖା ‘ନିୟୁସ୍ପେମ୍ ଇଶଣ୍ଡିଆ’ର କୃତ୍ରିମ ଉପଗ୍ରହ । ଏହାଛଡା ଆତ୍ମନିର୍ଭର ଉପକ୍ରମର ଏବଂ ମହାକାଶ ଘରୋଇକରଣ ସଙ୍କେତସ୍ୱରୂପ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ଖୋଦିତ ଚିତ୍ର ଏବଂ ଏସ୍ଡି କାର୍ଡରେ ସେଭ୍ ହୋଇଥିବା ଏକ ଇ-ଭଗବତ ଗୀତା’ । ସୂଚନାଯୋଗ୍ୟ, ଆଜିର ଏହି ଉତ୍କ୍ଷେପଣରେ ‘ଆମାଜନିଆ-୧’ ଛାଡା ଆହୁରି ୨୦ଟି କୃତ୍ରିମ ଉପଗ୍ରହ ଯାଇଥାଆନ୍ତା । କିନ୍ତୁ ବୈଷୟିକ ତ୍ରୁଟିବିଚୁ୍ୟତି ଯୋଗୁଁ ଗତ ସପ୍ତାହରେ ୨ଟି କୃତ୍ରିମ ଉପଗ୍ରହକୁ ଏଥିରୁ ବାଦ ଦିଆଯାଇଥିଲା ।
ଇସ୍ରୋର ସଫଳତାର ସହ ବ୍ରାଜିଲର ଆମଜନିଆ-୧ ଏବଂ ୧୯ଟି ଉପଗ୍ରହ ସଫଳତାର ସହ ମହାକାଶକୁ ଉତକ୍ଷେପଣ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ଭାରତ ପାଇଁ ଏକ ଗୌରବର ମୁହୁତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.

12 − 11 =