ଗୁଲାମ ନବୀଙ୍କ ପାଇଁ ରାଜ୍ୟସଭାରେ କାନ୍ଦି ପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦ ଆଜି ରାଜ୍ୟସଭା ସଦସ୍ୟ ପଦରୁ ଅବସର ଗ୍ରହଣ କରିଛନ୍ତି । ଦୀର୍ଘ ୩ ଦଂଶଧି ଧରି ସେ ରାଜ୍ୟ ସଭାର ସଦସ୍ୟ ଥିବା ବେଳେ ପୂର୍ନବାର ନିର୍ବାଚିତ ହୋଇନଥିବାରୁ ଆଜି ତାଙ୍କର ବିଦାୟ କାଳିନ ସମ୍ବର୍ଦ୍ଧାରେ ଗୃହରେ ଭାବପ୍ରବଣ ହୋଇ କାନ୍ଦି ପକାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଶ୍ରୀ ମୋଦୀ ତାଙ୍କୁ ବିଦାୟ ଦେବା ସହ ରାଜନୀତିରେ ତାଙ୍କ ସ୍ଥାନ ନେବା ପାଇଁ ଆଉ ଜଣେ ତାଙ୍କ ପରି ନେତାଙ୍କୁ ବାଛିବା କଷ୍ଟ ବୋଲି କହିଛନ୍ତି । ବିରୋଧୀ ଦଳର ନେତା ଭାବରେ ଦଳ ରାଜନୀତିରେ ଜଡ଼ିତ ରହିବା ସହ ଗୁଲାମ ନବି ଆଜାଦଜୀ ଦେଶର ସମୃଦ୍ଧତାକୁ ସର୍ବଦା ପ୍ରାଧାନ୍ୟ ଦେଉଥିଲେ । କରୋନା ମହାମାରୀର ମୁକାବିଲା କରିବା ପାଇଁ ସର୍ବଦଳୀୟ ବୈଠକ ଡାକିବା ପ୍ରସ୍ତାବ ତାଙ୍କର ଥିଲା ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ରାଜ୍ୟସଭା ସାଂସଦ ଭାବରେ ତାଙ୍କର ଅବଦାନକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଗୁଲାମ ନବିଜୀ (ବିରୋଧୀଦଳର ନେତା ଭାବରେ)ଙ୍କ ସ୍ଥାନରେ ତାଙ୍କ ପରି ଜଣେ ମିଳିବା କଷ୍ଟ । କାରଣ ସେ କେବଳ ତାଙ୍କ ଦଳ ପାଇଁ ନୁହେଁ ବରଂ ଦେଶ ପାଇଁ ଚିନ୍ତା କରୁଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି । ଗୃହରେ ଗୁଲାମ ନବୀ ଜାମୁକାଶ୍ମିର ମୁଖ୍ୟମନ୍ତ୍ରୀ ଥିବା ବେଳେ ଆତଙ୍କ ବାଦୀଙ୍କ ଗୁଳିରେ ମୃତୁ୍ୟ ବରଣ କରିଥିବା ୮ ଜଣ ଗୁଜରାଟି ପର୍ଯ୍ୟଟକଙ୍କ ମୃତୁ୍ୟ ଦେହ ନିଜ ରାଜ୍ୟକୁ ପଠାଇବା ଲାଗି ସେ ନେଇଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଗୃହରେ ସୂଚନା ଦେଇ କାନ୍ଦି ପକାଇଥିଲେ । ନିଜର ଭାବପ୍ରବଣ ଭାଷଣ ଶେଷ କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଦେଶ ପାଇଁ ଅନେକ କାର୍ଯ୍ୟ କରିଥିବାରୁ ଗୁଲାମ ନବି ଆଜାଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ତାଙ୍କୁ ବନ୍ଧୁ ଭାବରେ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ତାଙ୍କ ଦ୍ୱାରା ସବୁବେଳେ ଗୁଲାମ ନବି ଆଜାଦଙ୍କ ପାଇଁ ଖୋଲା ରହିବ ଏବଂ ସେ ରାଜନୈତିକ ପ୍ରସଙ୍ଗରେ ତାଙ୍କର ପରାମର୍ଶକୁ ସର୍ବଦା ଗୁରୁତ୍ୱ ଦେବେ ।

Leave A Reply

Your email address will not be published.

5 + 1 =