ପାନାଜୀ: ଡାକ୍ତରୀ ଅମ୍ଲଜାନ ଅଭାବରୁ ଗତ ୪ ଦିନରେ ରାଜ୍ୟର ବୃହତମ କୋଭିଡ୍ ଚିକିତ୍ସାଳୟ ‘ଗୋଆ’ ମେଡିକାଲ୍ କଲେଜ୍ ଆଣ୍ଡ ହସ୍ପିଟାଲ’ରେ ୭୪ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି ।
ଗତରାତି ୨ଟାରୁ ଆଜି ସକାଳ ୬ଟା ମଧ୍ୟରେ ୧୩ ଜଣ ରୋଗୀ ପ୍ରାଣ ହରାଇଥିବା ବେଳେ ଗୁରୁବାର ବଡି ଭୋର୍ ସୁଦ୍ଧା ଅନ୍ୟ ୧୫ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ସେହିପରି, ମଙ୍ଗଳବାର ଦିନ ୨୬ଜଣ ଏବଂ ବୁଧବାର ଦିନ ୨୦ଜଣ ବ୍ୟକ୍ତି ମୃତ୍ୟୁମୁଖରେ ପଡିଥିଲେ ।
ଏ ସପ୍ତାହର ପ୍ରାରମ୍ଭରେ ଡାକ୍ତରଖାନା ପରିଦର୍ଶନରେ ଯାଇଥିବା ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତ, ସମ୍ଭବତଃ, ଡାକ୍ତରୀ ଅମ୍ଲଜାନ ଉପଲବ୍ଧତା ଏବଂ ଯୋଗାଣ କାରଣରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । କିନ୍ତୁ, ରାଜ୍ୟରେ ଅକ୍ସିଜେନ୍ ଅଭାବ ନାହିଁ ବୋଲି ସେ ଗୁରୁତ୍ୱାରୋପ କରି କହିଛନ୍ତି ।
ତେଣ, ଗୋଆ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ରୋଗୀପୂର୍ଣ୍ଣ ହୋଇଯାଇଥିବାରୁ ନୂଆ ରୋଗୀଙ୍କ ପାଇଁ ସେଠାରେ ଆଉ ସ୍ଥାନ ନାହିଁ । ଶେଷ ଥର ପାଇଁ ଯେଉଁ କେତେଜଣ ରୋଗୀ ଭର୍ତି ହୋଇଥିଲେ ସେମାନଙ୍କୁ ଶଯ୍ୟା ପରିବର୍ତେ ଚଟାଣରେ ଶୁଆଇ ଦିଆଯାଇଛି ।