ନୂଆଦିଲ୍ଲୀ: ଦିଲ୍ଲୀରେ ଚାଷୀ ଆନେ୍ଦାଳନ ଚାଲିବା ମଧ୍ୟରେ ଏବେ ଚାଷୀଙ୍କ ପାଇଁ ସ୍ୱର ଉଠାଇଛନ୍ତି ଆନ୍ନା ହଜାରେ । ଆନ୍ନା କହିଛନ୍ତି ବାରମ୍ବାର ସରକାରଙ୍କୁ ଜଣାଇବା ପରେ, ସରକାରଙ୍କ ପ୍ରତିଶ୍ରୁତି ପରେ ବି ଦେଶରେ ଯେଉଁ ଲୋକପାଳ ଆଇନ ପାଇଁ ଆନ୍ଦୋଳନ ଚାଲିଥିବା, ସେ ଧାରଣାରେ ବସିଥିଲେ ତାହା ହୋଇପାରିନି । ଏବେ ଚାଷୀ ଯେଇଁ ଆନେ୍ଦାଳନ କରିଛନ୍ତି ତାହା ଅହିଂସା ବାଟରେ ଚାଲିଛି । ସରକାର ଏହାକୁ ଦୁର୍ବଳ କରିବାକୁ ଯୋଜନା କରିବେ । ତେଣୁ ଦେଶର ଚାଷୀ ଏକାଠି ହୋଇ ଆଗକୁ ଆସିବା ସମୟ ଆସିଛି । ସେଥିଯୋଗୁ ସରକାରଙ୍କୁ ଚେତାବନୀ ଦିୟାଯାଇଛି । ସରକାର ଚାଷୀଙ୍କ ଦାବି ପୂରଣ ନକଲେ, ସେ ନିଜ ଜୀବନର ଶେଷ ଆନେ୍ଦାଳନ ଭାବେ ଚାଷୀଙ୍କ ପାଇଁ ଅନଶନରେ ବସିବେ । ଏହା ସହିତ ସାରାଦେଶ ଚାଷୀ ଏକାଠ ହୋଇ ଅହିଂସା ବାଟରେ ଆନେ୍ଦାଳରେ ସାମିଲ ହେବାକୁ ସମସ୍ତ ଚାଷୀଙ୍କୁ ଆହ୍ୱାନ କରିଛନ୍ତି ବିଶିଷ୍ଠ ସମାଜସେବୀ ଆନ୍ନା ହଜାରେ ।