ନୂଆଦିଲ୍ଲୀ: ୩ଟି କୃଷି ଆଇନ ରଦ୍ଧ ଦାବୀରେ ଦିର୍ଘ ୨୦ ଦିନଧରି ଚାଲିଥିବା ଚାଷୀ ଆନେ୍ଦାଳନ ଯୋଗୁଁ ଦୈନିକ ୩୫୦୦କେ୍ାଟିଟଙ୍କାର କ୍ଷ୍ିତି ଘଟୁଛି ବୋଲି ଆସୋଚାମ ପକ୍ଷରୁ କୁହାଯାଇଛି । ବିଶେଷ କରି ଟୋଲ୍ଗେଟ ଗୁଡିକ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ଆର୍ଥିକ କ୍ଷତିର ସମ୍ମୁଖିନ ହୋଇଛି । ଟୋଲ ଗେଟ୍ ଗୁଡିକରେ ଦୈନିକ ୩କୋଟି ଟଙ୍କାର ଆଥିକ କ୍ଷତି ଘଟୁଥିବା କୁହାଯାଇଛି । ଚାଷୀଙ୍କ ଆନେ୍ଦାଳନ ଯୋଗୁ କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ପଞ୍ଜାବରେ ଥିବା ଟୋଲ ପ୍ଲାଜାରୁ ଅର୍ଥ ଆଦାୟ କରିପାରୁ ନାହାନ୍ତି । ଏଥିପାଇଁ ଦୈନିକ ୩,୫୦୦କୋଟି ଟଙ୍କା ରାଜସ୍ୱ କ୍ଷତି ସହିବାକୁ ପଡୁଛି ।
ଏହାର ଅର୍ଥ ୧୯ ଦିନ ହେଲା ଚାଲିଥିବା ଆନେ୍ଦାଳନ ଯୋଗୁ କେନ୍ଦ୍ର ସରକାର ଟୋଲ ବାବଦରେ ପଞ୍ଜାବରୁ ଆଦାୟ କରୁଥିବା ପା୍ରୟ ୫୭ କୋଟି ଟଙ୍କା ରାଜସ୍ୱ କ୍ଷତି ସହିଛନ୍ତି । ଏହାର ସମାଧାନ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ପଞ୍ଜାବ ସରକାରଙ୍କୁ ଚିଠି ଲେଖାଯିବ ବୋଲି ଜଣାପଡିଛି ।
ଏହାବାଦ ଅନ୍ୟ ରାଜ୍ୟରେ ମଧ୍ୟ ଟୋଲ ଆଦାୟ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଶନିବାର ଦିନ ଚାଷୀମାନେ ଦେଶର ସମସ୍ତ ଟୋଲ ପ୍ଲାଜା ନିକଟରେ ବିକ୍ଷୋଭ କରିଥିଲେ । ସେଦିନ ଟୋଲ ପ୍ଲାଜରୁ କୌଣସି ପ୍ରକାରର ଫି’ ଆଦାୟ ହୋଇ ନଥିଲା । ତେଣୁ କେନ୍ଦ୍ର ସରକାରଙ୍କ ରାଜସ୍ୱ ସଂଗ୍ରହ ଉପରେ ଚାଷୀ ଆନେ୍ଦାଳନ ସାଂଘାତିକ ପ୍ରଭାବ ପକାଇବାର ଆଶଙ୍କା ପ୍ରକାଶ ପାଇଛି ।