ଚିତା ବାଘ ସଂଖ୍ୟା ବୃଦ୍ଧି ନେଇ ମୋଦିଙ୍କ ଟ୍ୱିଟ୍


ନୂଆଦିଲ୍ଲୀ: ସାରା ଦେଶରେ ବାଘ ଗଣନାର ଚିତ୍ର ସାମ୍ନାକୁ ଆସିଛି ।
ଦେଶରେ ବଢ଼ିଛି ଚିତାବାଘଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏନେଇ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ଟ୍ୱିଟ୍ ଯୋଗେ ଜଣାଇଛନ୍ତି । ସରକାରଙ୍କ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଯୋଗୁଁ ଏହା ସମ୍ଭବ ହୋଇପାରିଥିବା କଥା ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟରରେ ଲେଖିଛନ୍ତି । ଏହି ରିପୋର୍ଟ ୨୦୧୮ରେ ଭାରତରେ ଚିତାବାଘଙ୍କ ସ୍ଥିତି ସଂପର୍କରେ ପ୍ରକାଶ କରାଯାଇଛି କି, ୨୦୧୪ ତୁଳନାରେ ଚିତାବାଘଙ୍କ ସଂଖ୍ୟା ୬୦ ପ୍ରତିଶତ ବୃଦ୍ଧି ଘଟିଛି ।
୨୦୧୪ରେ ଦେଶରେ ଚିତାଘଙ୍କ ସଂଖ୍ୟା ୭,୯୧୦ ଥିବା ବେଳେ ୨୦୧୮ ସୁଦ୍ଧା ଏହି ସଂଖ୍ୟା ୧୨,୮୫୨ରେ ପହଂଚିଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ତାଙ୍କ ଟ୍ୱିଟ୍ ଯୋଗେ ବନ୍ୟପ୍ରାଣୀ ସଂରକ୍ଷଣ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

1 − one =