ନୂଆଦିଲ୍ଲୀ: ଭାରତ ଓ ଚୀନ୍ ପୂର୍ବ ଲଦାଖରେ ଛକପଞ୍ଝା ଅବସ୍ଥାରେ ଗତ କିଛିମାାସ ହେଲା ଭାରତ ମଧ୍ୟକୁ ଚୀନ୍ ସେନା ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଭାରତୀୟ ସେନା ଏହାର କଡ଼ା ଜବାବ ଦେଇ ଆସୁଛି । ଏଭଳି ପରିସ୍ଥିତିରେ ଭାରତ ଓ ଚୀନ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖା ସମ୍ପର୍କରେ ଚୀନ ଏକ ନୂଆ ବିବୃତି ରଖିଛି । ୧୯୫୯ ମସିହାର ଏଲଏସି ସଂଜ୍ଞାକୁ ଚୀନ୍ ଗ୍ରହଣ କରୁଛି ବୋଲି କହିଛି । ତେବେ ଚୀନର ଏଭଳି ବୟାନକୁ ଭାରତ ଦୃଢ଼ ବିରୋଧ କରିଛି । ଚୀନ ପକ୍ଷରୁ ଏକ ପାଖିଆ ଭାବେ ନିରୂପିତ ହୋଇଥିବା ୧୯୫୯ ମସିହାର ଏହି ସଂଜ୍ଞା ଭାରତ ପକ୍ଷରେ କଦାପି ଗ୍ରହଣୀୟ ନୁହେଁ ବୋଲି ବୈଦେଶିକ ବ୍ୟାପର ମନ୍ତ୍ରାଳୟ ସ୍ପଷ୍ଟ କରିଦେଇଛି । ସୀମାକୁ ନେଇ ଦୁଇ ଦେଶ ମଧ୍ୟରେ ଏକାଧିକ ବୁଝାମଣା ହୋଇଛି । ସେସବୁ ରାଜିନାମାକୁ ମାନିବା ଲାଗି ଦୁଇ ଦେଶ ଅତୀତରେ ଅଙ୍ଗୀକାରବଦ୍ଧ ହୋଇଛନ୍ତି । ୧୯୫୯ ମସିହା ନଭେମ୍ବର ୭ ତରିଖରେ ଚୀନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଝୋ ଏନଲାଇ ଏଲଏସି ନେଇ ଏକ ପ୍ରସ୍ତାବ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କୁ ଦେଇଥିଲେ । ଚୀନ ସେହି ପ୍ରସ୍ତାବକୁ ମାନୁଛି ବୋଲି ଚୀନର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଏହି ରିପୋର୍ଟ ଦୈନିକ ଇଂରାଜୀ ସମ୍ବାଦପତ୍ରରେ ପ୍ରକାଶ ପାଇବା ପରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଏହି ରିପୋର୍ଟ ଦୈନିକ ଇଂରାଜୀ ସମ୍ବାଦପତ୍ରରେ ପ୍ରକାଶ ପାଇବା ପରେ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏପ୍ରକାର ପ୍ରତିକ୍ରିୟା ରଖାଯାଇଛି । ଏହି ପ୍ରସ୍ତାବ ଦିଆଯିବା ସମୟରୁ ୬୧ ବର୍ଷ ହେଲା ଭାରତ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଆସିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି । ଚୀନର ଏହି ୧୯୫୯ ମସିହାର ଏକପାଖିଆ ଏଲଏସି ସଂଜ୍ଞାକୁ ଭାରତ କଦାପି ଗ୍ରହଣ କରିନାହିଁ । ଚୀନକୁ ମଧ୍ୟ ଏହି ବିଷୟ ଭଲଭାବେ ଜଣା ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସଚିବ ଅନୁରାଗ ଶ୍ରୀବାସ୍ତବ କହିଛନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରୀବାସ୍ତବ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଏକାଧିକ ଦ୍ୱିପାକ୍ଷିକ ରାଜିନାମା ବିଷୟ ଉଲ୍ଲେକ କରିଛନ୍ତି । ସେଗୁଡ଼ିକ ମଧ୍ୟରେ ରହିଛି ଏଲଏସିରେ ଶାନ୍ତି ଓ ନିରବତା ବଜାୟ ରଖିବା ପାଇଁ ୧୯୯୩ ମସିହାର ରାଜିନାମା, ସାମରିକ କ୍ଷେତ୍ରରେ ଅସ୍ଥା ବୃଦ୍ଧି ପଦକ୍ଷେପ ପାଇଁ ହୋଇଥିବା ୧୯୯୬ର ରାଜିନାମା, ଆସ୍ଥା ବୃଦ୍ଧିକୁ କାର୍ଯ୍ୟକାରୀ କରିବା ପାଇଁ ହୋଇଥିବା ୨୦୦୫ ମସିହାର ପ୍ରୋଟୋକଲ ଆଦି ଅନ୍ୟତମ । ତେଣୁ ବର୍ତମାନ ଗୋଟିଏ ମାତ୍ର ଏଲଏସି ରହିଛି ବୋଲି ଚୀନ କରୁଥିବା ଦାବି କରୁଥିବା ଦାବି ଉପରୋକ୍ତ ରାଜିନାମାର ବିରୋଧାଭାଷ କରୁଛି ବୋଲି ଶ୍ରୀବାସ୍ତବ କହିଛନ୍ତି । ସୀମାରେ ସ୍ପଷ୍ଟତା ଆଣିବା ପାଇଁ ଦୁଇ ଦଶନ୍ଧି ଧରି ଚୀନ କୌଣସି କାର୍ଯ୍ୟ ନକରିବା ନେଇ ଶ୍ରୀବାସ୍ତର ଚୀନ ଉପରେ ଦୋଷାରୋପ କରିଛନ୍ତି । ୨୦୦୩ ମସିହାରେ ଏଲଏସିକୁ ସ୍ପଷ୍ଟ କରିବା ପାଇଁ ଦୁଇ ମଧ୍ୟରେ ବୈଠକ ହୋଇଥିଲା । କିନ୍ତୁ ଚୀନର ଅନାଗ୍ରହ ଯୋଗୁ ଏଥିରେ କୌଣସି ଅଗ୍ରଗତି ଘଟିଲା ନାହିଁ । ସୀମା ପ୍ରସଙ୍ଗର ସମାଧାନ ବର୍ତମାନ ରାଜିନାମା ଭିତିରେ କରିବା ପାଇଁ ନିକଟରେ ହୋଇଥିବା ଆଲୋଚନାରେ ଚୀନ ମତ ଦେଇଥିବା ବେଳେ ଏବେ ୧୯୫୯ ମସିହାର ଏଲଏସି ବିଷୟ କହିବା ନିଶ୍ଚିତଭାବେ ବିରୋଧଭାଷ ବୋଲି ଭାରତ ପକ୍ଷରୁ କୁହାଯାଇଛି ।